29.4 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗସୌମେନ୍ଦ୍ର ପ୍ରିୟଦର୍ଶୀ କମିଶନର

ସୌମେନ୍ଦ୍ର ପ୍ରିୟଦର୍ଶୀ କମିଶନର

ଭୁବନେଶ୍ୱର: ବଦଳିଛନ୍ତି ଟ୍ୱିନସିଟି ପୋଲିସ କମିଶନର । ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ ପୋଲିସ କମିଶନର ହୋଇଛନ୍ତି । ୧୯୯୫ ବ୍ୟାଚ୍ ବିଶିଷ୍ଟ ବରିଷ୍ଠ ଆଇପିଏସ ହେଉଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ବର୍ତମାନ ସୌମେନ୍ଦ୍ର କ୍ରାଇମବ୍ରାଂଚ ଏଡିଜି ଅଛନ୍ତି । ପୋଲିସ କମିଶନର ଘୋଷଣା ହେବା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସରକାର ଏତେ ବଡ ବିଶ୍ୱାସ ରଖି ଦାୟିତ୍ୱ ଦେଇଛନ୍ତି । ଦାୟିତ୍ୱ ସଂପାଦନ ପାଇଁ ଆପ୍ରାଣ ଉଦ୍ୟମ କରିବି ।  
୧୯୯୦ ବ୍ୟାଚର ଆଇପିଏସ ଥିଲେ ସୁଧାଂଶୁ ଷଡଙ୍ଗୀ । ୨୧.୦୮.୨୦୧୯ରେ ସେ ପୋଲିସ କମିଶନର ଭାବେ ଦାୟିତ୍ୱ ନେଇଥିଲେ । ଦୁଇ ବର୍ଷ ପୂରି ନଥିବା ବେଳେ ତାଙ୍କ ସ୍ଥାନରେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୁଲିସ କମିଶନର ଦାୟିତ୍ୱ ହସ୍ତାନ୍ତର କରାଇବା ନେଇ ଅନେକ ପ୍ରଶ୍ନ ଉଠିଛି । ନିଜ ଦାୟିତ୍ୱକୁ ସେ ସଚ୍ଚୋଟତାର ସହିତ ତୁଲାଇଛନ୍ତି । ବହୁ ଚର୍ଚିତ ଅଞ୍ଜନା ଗଣ ଦୁଷ୍କର୍ମ ମାମଲାରେ ଅପରାଧୀ ଵିଵନକୁ ଧରିବାରେ ସେ ସଫଳ ହୋଇଥିଲେ ରାଜଧାନୀ ଭୁବନେଶ୍ୱରରେ ବୃଦ୍ଧି ପାଉଥିବା ଅପରାଧ ଓ ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀର ଚାପରେ ଶ୍ରୀ ଷଡ଼ଙ୍ଗୀଙ୍କୁ ପୁଲିସ କମିଶନର ପଦବୀରୁ ବିଦା ହେବାକୁ ପଡ଼ିଛି । ମାତ୍ର ଗତ କିଛି ଦିନ ପୂର୍ବରୁ ତାଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking