କଣ୍ଟାମାଲ: ମଝି ନଦୀରେ ଫସିଛନ୍ତି ୧୨ ଟିକିଆ ହାତୀପଲ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ରେଞ୍ଜ ମାଣିକପୁର ଗାଁ ନିକଟ ତେଲନଦୀରେ ଫସି ରହିଛନ୍ତି ୧୨ ଟିକିଆ ହାତୀପଲ । ନଦୀ ପାର ହେଉଥିବା ବେଳେ ନଦୀରେ ଅଧିକ ପାଣି ଯୋଗୁଁ ଫସି ଯାଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ସୁନା ଦେଇ ଜଙ୍ଗଲରୁ ହାତୀପଲ ଆସି ନଦୀ ପାର ହେଉଥିବା ବେଳେ ନଦୀ ମଝିରେ ଫସି ଯାଇଛନ୍ତି । ଘଟଣା ସ୍ଥଳରେ କଣ୍ଟାମାଲ ବନବିଭାଗ ଟିମ୍ ପହଞ୍ଚି ହାତୀପଲଙ୍କୁ ସୁରକ୍ଷିତ ଘଉଡାଇବାକୁ ଚେଷ୍ଟା କରୁଛି ।