29.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଏମିତି ଏକ ସାଇକେଲ୍: ୨ଟି ଚକ ସିନା ଅଛି, କିନ୍ତୁ ପ୍ୟାଡେଲ୍ ନାହିଁ

ଏମିତି ଏକ ସାଇକେଲ୍: ୨ଟି ଚକ ସିନା ଅଛି, କିନ୍ତୁ ପ୍ୟାଡେଲ୍ ନାହିଁ

ନୂଆଦିଲ୍ଲୀ : ସାଇକେଲ୍ କଥା ଶୁଣିଲେ ମନରେ ଆସେ ଦୁଇଟି ଚକ ଓ ତାହା ସହ ଲାଗିଥିବା ପ୍ୟାଡେଲ୍ । କିନ୍ତୁ ଏକ ଭିନ୍ନ ଧରଣର ସାଇକେଲ୍ ଅଛି ଯେଉଁଥିରେ ଦୁଇଟି ଚକ ଅଛି ସତ, ହେଲେ ପେଡାଲ୍ ନାହିଁ । ବସିବା ପାଇଁ ସିଟ୍ ବି ନାହିଁ । ସିଟ୍ ରହୁଥିବା ସ୍ଥାନରୁ ହ୍ୟାଣ୍ଡେଲ୍ ପର୍ଯ୍ୟନ୍ତ ଏକ ଧନୁ ଆକାରର ରଡ଼୍ ଲାଗିଛି ।

ଏହି ରଡ଼ର ତଳଭାଗକୁ ଝୁଲି ରହିଥିବା ବେଲଟରେ ବାନ୍ଧି ହୋଇ ଭୂମି ଆଡ଼କୁ ମୁହଁ କରି ଝୁଲନ୍ତା ଅବସ୍ଥାରେ ପାଦରେ ଦୌଡ଼ି ଦୌଡ଼ି ଏହି ସାଇକେଲ ଚଳାଇବାକୁ ହୁଏ । କିଛି ବାଟ ଦୌଡ଼ିବା ପରେ ପଛ ଚକର ଦୁଇ ପାର୍ଶ୍ୱରେ ଥିବା ପାଦ ରଖା ସ୍ଥାନରେ ପାଦ ରଖି ବିଶ୍ରାମ ବି ନେଇହୁଏ ।

ତେବେ କିଛି ସମୟର ବିଶ୍ରାମ ପରେ ପୁଣିଥରେ ଦୌଡ଼ି ଏହି ସାଇକେଲରୁ ଚଳାଇବାକୁ ହୁଏ । ସାଇକେଲରେ ଥିବା ଧନୁ ଆକାରର ଫ୍ରେମ୍ଟି ଗ୍ଲାସ୍ ଓ କାର୍ବନ୍ ଫାଇବରରେ ତିଆରି । ପ୍ରାୟ ୬ ଫୁଟ୍ ଉଚ୍ଚତାର ଲୋକଙ୍କ ପାଇଁ ଏହା ଡିଜାଇନ୍ ହୋଇଛି । ‘ଫ୍ଲିଜ୍’ ନାମକ ଏହି ସାଇକେଲ ଦ୍ୱାରା ଜଣେ ଉଭୟ ରନିଂ ଓ ବାଇକିଂର ମଜା ଉଠାଇ ପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking