26.1 C
Bhubaneswar
Friday, March 29, 2024
Homeଓଡିଶାଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ରାଜନଗର : ରାଜନଗର ବ୍ଲକ ଡେରା ପଞ୍ଚାୟତ କାଠୁଆଗଣ୍ଡ ପ୍ରାଥମିକ ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ନଥିବାରୁ ପାଠପଢାରେ ବ୍ୟାଘାତ ଦେଖାଦେଇଛି । ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବି ନେଇ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ମଙ୍ଗଳବାର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ବ୍ଲକ ଶିକ୍ଷାଧିକାରୀ ରାଜେଶ କୁମାର ସ୍ୱାଇଁ, ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ସହିତ ଆଲୋଚନା କରି ଦୁଇଦିନ ଭିତରେ ଦୁଇଜଣ ସ୍ଥାୟୀ ଶିକ୍ଷକ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ପରେ ଛାତ୍ର ଛାତ୍ରୀମାନେ ଧାରଣାରୁ ଉଠିଥିଲେ ।
ସୂଚନା ଅନୁଯାୟୀ, କାଠୁଆଗଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ଭାବେ ଫକୀର ଚରଣ ନାୟକ ଓ କରୁଣାକର ନାୟକ ନିଯୁକ୍ତି ପାଇଛନ୍ତି । ଦୀର୍ଘ ଦିନ ହେବ ଏହି ଗ୍ରାମର ସର୍ବେଶ୍ୱର ସ୍ୱାଇଁଙ୍କ ପୁଅ କୌଣସି କାରଣ ନଥାଇ ବିଦ୍ୟାଳୟରେ ପହଞ୍ଚି ଶିକ୍ଷକ ମାନଙ୍କୁ ଅଶାଳୀନ ବ୍ୟବହାର କରିବା ସହିତ ପାଠପଢାରେ ବ୍ୟାଘାତ ସୃଷ୍ଟି କରୁଛନ୍ତି । ସଂପୃକ୍ତ ଯୁବକଙ୍କର ଦୁର୍ବ୍ୟବହାର ଯୋଗୁଁ ଦୁଇଜଣ ଶିକ୍ଷକର ସମ୍ମାନହାନୀ ସହିତ ଜୀବନ ପ୍ରତି ବିପଦ ଥିବାରୁ ସେମାନେ ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଥିରେ ସେମାନଙ୍କୁ ଅନ୍ୟତ୍ର ବଦଳି ପାଇଁ ମଧ୍ୟ ସୁପାରିଶ କରିଛନ୍ତି । ଯାହାଫଳରେ ବିଦ୍ୟାଳୟରେ ପାଠପଢା ବ୍ୟାଘାତ ହୋଇଛି । ଏ ସଂପର୍କରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ସ୍ୱାଇଁଙ୍କୁ ପଚରା ଯିବାରୁ ସ୍ଥାୟୀ ଶିକ୍ଷକ ଦ୍ୱୟଙ୍କର ନିରାପତ୍ତା ପ୍ରତି ବିପଦ ଥିବାରୁ ସେମାନ ଅନ୍ୟତ୍ର ବଦଳି ପାଇଁ ଲିଖିତ ଭାବେ ଜଣାଇଛନ୍ତି । ଆମେ ସପ୍ତାହରେ ଜଣେ ଶିକ୍ଷକଙ୍କୁ ଡେପୁଟେସନରେ ପଠାଉଛୁ । ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking