34.1 C
Bhubaneswar
Friday, March 29, 2024
Homeଓଡିଶାଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳୁନି କୁକୁର କାମୁଡ଼ା ଇଞ୍ଜେକ୍ସନ୍

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳୁନି କୁକୁର କାମୁଡ଼ା ଇଞ୍ଜେକ୍ସନ୍

ନୟାଗଡ଼: ସାରା ରାଜ୍ୟରେ କୁକୁର କାମୁଡ଼ା ଇଞ୍ଜେକ୍ସନ ମିଳୁନଥିବାରୁ ଭୟାଭହ ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇଦିନ ହେବ ଏହି ଇକ୍ସେନ ମିଳୁନଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଅନ୍ୟପକ୍ଷେ ଏହାର ସୁଯୋଗ ନେଇ କିଛି ଔଷଧ ବ୍ୟବସାୟୀ ଏହାକୁ କଳାବଜାରୀ କରିବା ଆରମ୍ଭ କରି ଦେଇଛନ୍ତି ।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବିଗିଡ଼ା ଚିତ୍ର ଦେଖିବାକୁ ମିଳୁଥିବା ବେଳେ ସାମାନ୍ୟ ଅସୁସ୍ଥ ରୋଗୀକୁ ଜିଲ୍ଲା ବାହାରକୁ ରେଫର କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ପରେ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଏପରିସ୍ଥଳରେ ଦୁଇଦିନ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଆର୍‌ବି ଇଞ୍ଜେକ୍ସନ ସରି ଯାଇଥିବା ଜଣାପଡ଼ୁଛି । ଫଳରେ ନିୟମିତି ଇକ୍ସେନ ନେଉଥିବା ରୋଗୀ ଏବଂ ସଦ୍ୟ କୁକୁର କାମୁଡ଼ାର ଶିକାର ହୋଇ ଡାକ୍ତରଖାନା ଆସୁଥିବା ରୋଗୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । କିଛି ରୋଗୀ ଦୁଇଦିନ ହେବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ହତାଶ ହୋଇ ଫେରୁଥିବା ବେଳେ କେତେକ ରୋଗୀ ଏହାକୁ ବାହାର ଦୋକାନରୁ କିଣିବାକୁ ବାଧ୍ୟ ହୋଇଛନ୍ତି । ଏହି ଇଞ୍ଜେକ୍ସନ ସରକାରୀ ଭାବେ ଯୋଗାଣ ହେଉଥିବାରୁ ଅନେକ ଔଷଧ ବ୍ୟବସାୟୀ ଏହାକୁ ରଖୁନଥିଲେ । ଫଳରେ ଅଳ୍ପ କେତେକ ଦୋକାନରେ ଏହା ଥିବାରୁ ନୟାଗଡ଼ରେ କଳବଜାରୀ ଆରମ୍ଭ ହୋଇଥିବା ମଧ୍ୟ ଜଣାପଡ଼ିଛି । ୩୨୫ ଟଙ୍କା ମୁଲ୍ୟରେ ଏହି ଇଞ୍ଜେକ୍ସନକୁ ଆଜି କିଛି ରୋଗୀ ସାତଶହ ଟଙ୍କା ଦେଇ କିଣିଥିବା କହିଛନ୍ତି । ଅନ୍ୟପକ୍ଷେ, ଏଭଳି ପରିସ୍ଥିତି ଲାଗି ରହିଲେ ଜିଲ୍ଲାରେ ଜଳାନ୍ତକ ବ୍ୟାପିବାର ସମ୍ଭାବନା ରହିଥିବା କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି । ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking