28.1 C
Bhubaneswar
Sunday, September 8, 2024
Homeଓଡିଶାନବମ ଶ୍ରେଣୀ ପରୀକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ

ନବମ ଶ୍ରେଣୀ ପରୀକ୍ଷାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ

କଣ୍ଟାପଡ଼ା : ଆସନ୍ତା ୬ ତାରିଖଠାରୁ ୧୫ତାରିଖ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟରେ ନମବ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଦେଇଥିଲାବେଳେ ପ୍ରଶ୍ନପତ୍ରକୁ ନେଇ ଏବେ ସମସ୍ତେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ବୋର୍ଡ଼ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ସିଧାସଳଖ ସମ୍ପୃକ୍ତ ହାଇସ୍କୁଲକୁ ନପଠାଇ ବୋର୍ଡ଼ ୱେବସାଇଟରେ ଏହାକୁ ଅପଲୋଡ଼ କରିବାକୁ ନିଷ୍ପତ୍ତି ନେଇଥିବାରୁ ଏପରି ଆଶଙ୍କା ଉପୁଜିଛି । ସୂଚନା ମୁତାବକ ଆସନ୍ତା ମାର୍ଚ୍ଚ ୬ତାରିଖଠାରୁ ରାଜ୍ୟର ସମସ୍ତ ସରକାରୀ ହାଇସ୍କୁଲରେ ନମବ ଶ୍ରେଣୀ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ ।

ପରୀକ୍ଷା ଆରମ୍ଭ ହେବାର ମାତ୍ର ଦୁଇ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ରଗୁଡ଼ିକୁ ବୋର୍ଡ଼ ୱେବସାଇଟରେ ଅପଲୋଡ଼ କରାଯିବ ଏବଂ ସମ୍ପୃକ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଏହାକୁ ଡାଉନଲୋଡ଼ କରିବା ସହିତ ଏହାର ପ୍ରିଣ୍ଟ ବାହାର କରି ପରୀକ୍ଷାର୍ଥୀଙ୍କୁ ଯୋଗାଇଦେବେ । ମାତ୍ର ଏତେ ସ୍ୱଳ୍ପ ସମୟ ମଧ୍ୟରେ ଏହା କିପରି ସମ୍ଭବ ହେବ ସେ ନେଇ ଶିକ୍ଷକଙ୍କ ସମେତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଏବେ ଚିନ୍ତାରେ ପଡ଼ିଛନ୍ତି । ସେହି ସମୟ ମଧ୍ୟରେ ଯଦି ବିଦ୍ୟୁତ ସରବରାହ ବ୍ୟାହତ ହୁଏ ତେବେ ପିଲାମାନେ ପରୀକ୍ଷା ଦେବାରୁ ବଞ୍ôଚତ ହେବାର ଆଶଙ୍କା ସୃଷ୍ଟି ହେବ । ଏହି ପରିପ୍ରେକ୍ଷୀରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଭବିଷ୍ୟତକୁ ଗୁରୁତ୍ୱ ଦେଇ ଏହାର ଏକ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking