25.8 C
Bhubaneswar
Saturday, July 27, 2024
Homeଅପରାଧଘର ଭିତରେ ସ୍ୱାମୀଙ୍କୁ ମାରି ପୋତିଦେବା ଘଟଣା: ପ୍ରେମିକର ପଲିଗ୍ରାଫ୍‌ ଟେଷ୍ଟ

ଘର ଭିତରେ ସ୍ୱାମୀଙ୍କୁ ମାରି ପୋତିଦେବା ଘଟଣା: ପ୍ରେମିକର ପଲିଗ୍ରାଫ୍‌ ଟେଷ୍ଟ

ଓଡ଼ଗାଁ : ଓଡ଼ଗାଁ ଆଦର୍ଶ ଥାନା କୋମଣ୍ଡ ଗ୍ରାମରେ ଘଟିଥିବା ଲୋମ ହର୍ଷଣକାରୀ ଘଟଣା ଭିନ୍ନମୋଡ଼ ନେବାରେ ଲାଗିଛି । ଏବେବି ପ୍ରକାଶଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି ।୨୪ଦିନ ପରେ ଘଟଣାର ଫର୍ଦ୍ଦାଫାଶ ହେବା ପରେ ପୁଲିସ ମାଆ, ଝିଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଥିବା ବେଳେ ପ୍ରେମିକକୁ ଅଟକ ରଖି ଖୋଳତାଡ଼ କରିବା ପରେ ଆଜି ପଲିଗ୍ରାଫ୍‌ ଟେଷ୍ଟ ପାଇଁ ପଠାଇଛି । ସୂଚନାଥାଉକି, ରୋହିବାଙ୍କ ଗ୍ରାମର ଗୋକୁଳ ନାୟକଙ୍କ ପୁଅ ପ୍ରକାଶ ନାୟକ(୩୭) ଗାଁରୁ ଆସି କୋମଣ୍ଡ ଗ୍ରାମର ଶ୍ୱଶୁର ନାଟୁଆ ପ୍ରଧାନଙ୍କ ଘରେ ରହୁଥିଲେ । ସ୍ୱାମୀ ପ୍ରକାଶ ଓ ସ୍ତ୍ରୀ ଜ୍ୟୋସ୍ନା ନାୟକଙ୍କ ମଧ୍ୟରେ ସବୁ ସମୟରେ ଝଗଡ଼ା ହୁଏ । ଏହାକୁ ନେଇ ପ୍ରକାଶ ମଦ୍ୟପାନ କରି ସ୍ତ୍ରୀକୁ ନିର୍ଯାତନା ଦେଇଆସୁଥିଲା ।

ଦିନେ ସ୍ୱାମୀକୁ ରାସ୍ତାରୁ ହଟାଇବାକୁ ସ୍ତ୍ରୀ ନିଷ୍ପତ୍ତି ନେଇ ଯୋଜନା ମୁତାବକ ପ୍ରକାଶ ମଦ୍ୟପାନ କରି ଘରକୁ ଫେରିଥିବା ସମୟରେ ଜ୍ୟୋସ୍ନା ଓ ମାଆ ଡମୁଣି ପ୍ରଧାନଙ୍କ ସହମିଶି ତାଙ୍କୁ ଆକ୍ରମଣ କରିଥିଲେ । ହେମଦସ୍ତାରେ ମୁହଁ ଓ ମୁଣ୍ଡକୁ ପିଟି ମାରି ଦେଇଥିବା ଦୁହେଁ ପୁଲିସ ଆଗରେ ସ୍ୱୀକାର କରିଛନ୍ତି । ସେହିଦିନ ରାତିରେ ଘର ଭିତରେ ୫ଫୁଟ ଗଭୀର ଓ ୮ଫୁଟ ଲମ୍ବର ଏକ ଗାତ ଖୋଳି ତା’ ଭିତରେ ପୋତିଦେଇଥିଲେ । ଏପଟେ ଜ୍ୟୋସ୍ନାଙ୍କ ପ୍ରେମିକ କୋମଣ୍ଡ ମକରପଦା ଅଞ୍ଚଳର ପ୍ରତାପ ସାମଲ ଖସି ଯାଉଥିବା ସମୟରେ ମାଛିପଡ଼ା ଅଞ୍ଚଳରୁ ପୁଲିସ ଉଠାଇ ଆଣିଥିଲା । ପ୍ରତାପଙ୍କୁ ୭ଦିନ ଅଟକ ରଖିବା ପରେ ଆଜି ପଲିଗ୍ରାଫ୍ ଟେଷ୍ଟ ପାଇଁ ପଠାଯାଇଥିବା ଜଣାପଡ଼ିଛି । ରିପୋର୍ଟ ଆସିବାପରେ ପ୍ରତାପଙ୍କର ହତ୍ୟାକାଣ୍ଡରେ ସଂପୃକ୍ତି ଅଛି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ଓଡ଼ଗାଁ ଥାନାଧିକାରୀ ରଶ୍ମିରଞ୍ଜନ ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking