33.3 C
Bhubaneswar
Tuesday, June 23, 2026
Homeଓଡିଶାମା’ ହେଲେ ଦୁଷ୍କର୍ମ ପୀଡିତା ଛାତ୍ରୀ: ସିଡବ୍ଲ୍ୟୁସିର ହସ୍ତକ୍ଷେପ ପରେ ମାମଲା ରୁଜୁ

ମା’ ହେଲେ ଦୁଷ୍କର୍ମ ପୀଡିତା ଛାତ୍ରୀ: ସିଡବ୍ଲ୍ୟୁସିର ହସ୍ତକ୍ଷେପ ପରେ ମାମଲା ରୁଜୁ

କଟକ: କଟକ ପ୍ରତାପନଗରୀ ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି । ତେବେ ଏ ସମ୍ପର୍କରେ ସିଡବ୍ଲ୍ୟୁସି ଜାଣିବା ପରେ ପୁଲିସ ସହାୟତାରେ ହସ୍ପିଟାଲରେ ଚଢଉ କରି ଉଭୟ ମା ଓ ଛୁଆଙ୍କୁ ଉଦ୍ଧାର କରିଛି । ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତନାଘନା ଚଳାଇଛି । ସୂଚନାଥାଉକି, କିଛି ମାସ ତଳେ ଛାତ୍ରୀ ଜଣଙ୍କ ସ୍କୁଲରୁ ଘରକୁ ଫେରୁଥିବା ବେଳେ ରେଙ୍ଗାଲି ପୋଲ ନିକଟରେ ଦୁଇ ଦୁର୍ବୃତ୍ତ ତାଙ୍କୁ ଟେକି ନେଇ ପୋଲ ତଳେ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣଙ୍କ ଭୟରେ ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିନଥିଲେ । ପରେ ପରିବାର ଲୋକ ଏ ସମ୍ପର୍କରେ ଜାଣିବା ପରେ ଏକ ଘରଇ ଡାକ୍ତରଖାନାରେ ଗତ ନଭେମ୍ବର ୧୫ରେ ଚିକିତ୍ସା କରାଇଥିଲେ।

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚଳିତ ମାସ ୧୪ ତାରିଖ ରାତି ପ୍ରାୟ ୨ଟା ୪୦ରେ ସେହି ଡାକ୍ତରଖାନାରେ ନାବାଳିକା ଭର୍ତ୍ତି ହୋଇଥିଲେ। ଭୋର ସମୟରେ ସେ ଏକ ପୁତ୍ରସନ୍ତାନ ଜନ୍ମ କରିଥିଲେ। ଏ ସମ୍ପର୍କରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି(ସିଡବ୍ଲ୍ୟୁସି) ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ପାଇଥିଲା। ସିଡବ୍ଲ୍ୟୁସିର ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନର ଏକ ସ୍ବତନ୍ତ୍ର ଟିମ୍ ଓ ସଦର ଥାନା ପୁଲିସ ଉକ୍ତ ହସ୍‌ପିଟାଲରେ ଚଢ଼ଉ କରିଥିଲା। ଉଭୟ ନାବାଳିକା ଓ ତାଙ୍କ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ଥିବା ଶିଶୁପୁତ୍ରକୁ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି। ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ବସୁନ୍ଧରା ମୁକ୍ତାଶ୍ରୟ କେନ୍ଦ୍ରରେ ପୀଡ଼ିତାଙ୍କୁ ଥଇଥାନ କରାଯାଇଛି। ଶିଶୁଭବନରେ ଶିଶୁପୁତ୍ର ସୁରକ୍ଷା ଦାୟିତ୍ବରେ ବସୁନ୍ଧରା ପକ୍ଷରୁ ଜଣେ ଆଟେଣ୍ଡାଣ୍ଟଙ୍କୁ ନିଯୁକ୍ତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking