29.1 C
Bhubaneswar
Thursday, May 2, 2024
Homeଓଡିଶା୪ ଛାତ୍ରଙ୍କୁ ଦିନ ମଜୁରିଆ ସଜାଇଲା କରୋନା

୪ ଛାତ୍ରଙ୍କୁ ଦିନ ମଜୁରିଆ ସଜାଇଲା କରୋନା

 
ଫୁଲବାଣୀ : କରୋନା ମହାମାରୀ ଉଚ୍ଚଶିକ୍ଷିତ ହେବା ପାଇଁ ଭୁବନେଶ୍ୱରରେ ରହି ଅଧ୍ୟୟନରତ ୪ଜଣ ଛାତ୍ରଙ୍କ ଜୀବନରେ ଏକ ନୂଆ ମୋଡ଼ ଆଣିଦେଇଛି । ଉଚ୍ଚଶିକ୍ଷିତ ହେବା ପାଇଁ ଯାଇଥିବା ବେଳେ ବର୍ତ୍ତମାନ କରୋନା ସେମାନଙ୍କୁ ଦିନମଜୁରିଆ ସଜାଇଦେଇଛି ।  ସେମାନଙ୍କ ହାତରେ କଲମ ବଦଳରେ ଧରାଇଦେଇଛି କୋଡ଼ି, କୋଦାଳ, ବେଲସା ଇତ୍ୟାଦି । ଏହିଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ୪ଜଣ ଛାତ୍ରଙ୍କ କ୍ଷେତ୍ରରେ । ମିଳିଥିବା ସୂଚନା ପ୍ରକାରେ ଦାରିଙ୍ଗବାଡ଼ି ବ୍ଲକ ଦାସିଙ୍ଗବାଡ଼ି ପଞ୍ଚାୟତ ଟେକାଙ୍ଗିଆ ଗ୍ରାମର ଚିଚସି ସୁନାମାଝୀଙ୍କ ପୁଅ ବିନୟ ସୁନାମାଝୀ, ନାମେଶ୍ୱର ସୁନାମାଝିଙ୍କ ପୁଅ ଆଲୋକ ସୁନାମାଝୀ, ମାଝୀ ପ୍ରଧାନଙ୍କ ପୁଅ ତପନ ପ୍ରଧାନ ଓ ସରାମୂଳୀ ପଞ୍ଚାୟତ ସିଂଜାକୁଟୀ ଗ୍ରାମର ଯତୀନ ପାଟ୍ଟମାଝୀଙ୍କ ପୁଅ ସାହୁ ପାଟ୍ଟମାଝୀ ଭୁବନେଶ୍ୱରରେ ପାଠ ପଢ଼ୁଛନ୍ତି । ସାହୁ ପାଟ୍ଟମାଝୀ  ଯୁକ୍ତ ୩ ଶେଷ ପରେ ଆଗକୁ ପଢ଼ିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଆଲୋକ ସୁନାମାଝୀ କିସ୍ ମହାବିଦ୍ୟାଳୟର +୨ ଦ୍ୱିତୀୟ ବର୍ଷର ଛାତ୍ର ହୋଇଥିବା ବେଳେ ବିନୟ ଏବଂ ତପନ ଭୁବନେଶ୍ୱର ପୋଖରୀପୁଟ ନିକଟ ସୁନ୍ଦରପଦା ସ୍ଥିତ ଏକାମ୍ର ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର । ବିନୟ ଏବଂ ତପନ ଭୁବନେଶ୍ୱରର ଜଣେ ଦୂରସମ୍ପର୍କୀୟଙ୍କ ଘରେ ରହି କଲେଜ ଯିବା ଆସିବା କରୁଥିବା ବେଳେ ସାହୁ ପାଟ୍ଟମାଝୀ ମଧ୍ୟ ତାଙ୍କ ସହିତ ରହୁଥିଲେ ।      ସମସ୍ତଙ୍କ ଘରୁ ସେମାନଙ୍କ ଖାଇବା ପିଇବା ପାଇଁ ସେମାନଙ୍କୁ ଚାଉଳ,ଡାଲି ଟଙ୍କା ଇତ୍ୟାଦି ବସ୍ ଯୋଗେ ପଠାଇଥାନ୍ତି । ତେବେ ମାର୍ଚ୍ଚ ମାସରୁ ଲକ୍‌ଡାଉନ ଜାରି ହୋଇଥିବା ବେଳେ ସମସ୍ତ ସ୍କୁଲ କଲେଜ ଗୁଡ଼ିକୁ ସରକାର ଛୁଟି ଘୋଷଣା କରିଥିଲେ ।
ଆଲୋକ ଗାଁକୁ ଯିବା ପାଇଁ ନିଜ ଗ୍ରାମର ବିନୟ ଏବଂ ତପନ ସହିତ ଯୋଗାଯୋଗ କରି ସେମାନଙ୍କ ନିକଟକୁ  ଆସିଥିଲା । ତେବେ ବସ୍ ଚଳାଚଳ ବନ୍ଦ ହୋଇଯିବା ଯୋଗୁଁ ୪ଜଣ ଯାକ ଭୁବନେଶ୍ୱରରେ ହିଁ ଅଟକି ରହିଯାଇଛନ୍ତି । ସେମାନଙ୍କ ପାଖରେ ଥିବା ଖାଇବା ସାମଗ୍ରୀ ସରିଆସୁଥିବା ବେଳେ ଟଙ୍କା ପଇସା ପାଇଁ ଘର ଲୋକଙ୍କୁ ଫୋନରେ କହିଥିଲେ ।  ତେବେ ବସ୍ ଚଳାଚଳ ବନ୍ଦ ରହିଥିବା ଯୋଗୁଁ ଭୁବନେଶ୍ୱରକୁ ପଠାଇବା ପରିବାର ପାଇଁ ସମ୍ଭବ ହୋଇନଥିବା ବେଳେ ସେମାନଙ୍କ ଗ୍ରାମଗୁଡ଼ିକ ଦାରିଙ୍ଗବାଡ଼ି ବ୍ଲକ ମୁଖ୍ୟାଳୟ ଠାରୁ  ଅନେକ ଦୂରରେ ରହିଛି । ତେଣୁ ଘର ଲୋକେ ମଧ୍ୟ ସେମାନଙ୍କୁ କୌଣସି ପ୍ରକାରେ ସାହାଯ୍ୟ କରିପାରିନଥିଲେ । ମେ’ ୩ ତାରିଖରେ ସେମାନେ ଘରକୁ ଫେରିବାକୁ ଭୁବନେଶ୍ୱରର ସୁନ୍ଦରପଦା ଥାନାରେ ପହଞ୍ôଚ ଲିଖିତ ଭାବରେ ସହଯୋଗ ଲୋଡ଼ିଥିଲେ । କିନ୍ତୁ ପୁଲିସ ୪ଜଣ ଛାତ୍ରଙ୍କୁ ସେଠାରୁ ଖଣ୍ଡଗିରି ଥାନାକୁ ପଠାଇଦେଇଥିଲେ । ଖଣ୍ଡଗିରି ପୁଲିସ ମଧ୍ୟ ସେମାନଙ୍କୁ କୌଣସି ସହଯୋଗ କରିନଥିଲେ । ୪ଜଣ ଯାକ ଛାତ୍ର ଘରକୁ ଫେରିବା ପାଇଁ ନିରାଶ ହୋଇଥିବା ବେଳେ ଶେଷରେ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଫୋନ କରି ସାହାଯ୍ୟ ଲୋଡ଼ିଥିଲେ । ପ୍ରଶାସନ ପକ୍ଷରୁ ମଧ୍ୟ ସେମାନଙ୍କୁ ନିଜେ ନିଜ ସୁବିଧା କରି ଆସନ୍ତୁ ବୋଲି ଉତ୍ତର ଦିଆଯାଇଥିଲା ବୋଲି ୪ଜଣ ଛାତ୍ରମାନେ ଅଭିଯୋଗ କରିଛନ୍ତି ।
ତେବେ ଏହି ସମୟ ବେଳେ ସେମାନଙ୍କ ପାଖରେ ଖାଇବା ପାଇଁ କିଛି ବି ନଥିଲା । ଶେଷରେ ବାଧ୍ୟ ହୋଇ ସେମାନେ ଦିନମଜୁରିଆ ଭାବରେ କାମ କରିବା ପାଇଁ ବାହାରିଥିଲେ । ପାଠ ପଢ଼ିବା ବୟସରେ ଦିନମଜୁରି ଲାଗି ଯାହା ମଜୁରୀ ମିଳିଲା ସେହି ଟଙ୍କାରେ କିଛି ଖାଇବା ସାମଗ୍ରୀ ଆଣି ଜୀବନ ବିତାଉଥିବା ସେମାନେ ପ୍ରକାଶ କରିଛନ୍ତି । ୨ମାସରୁ ଊର୍ଦ୍ଧ୍ୱ ଦିନଧରି ୪ଜଣଛାତ୍ରଙ୍କ ପରିବାର ଲୋକମାନେ ମଧ୍ୟ ଚିନ୍ତାରେ ପଡ଼ିଯାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking