34.1 C
Bhubaneswar
Friday, March 29, 2024
Homeଓଡିଶାଭିଟାମାଟିରେ ପହଞ୍ଚିବା ପାଇଁ ଶ୍ରମିକଙ୍କ ଲାଗିଛି ବାଜି

ଭିଟାମାଟିରେ ପହଞ୍ଚିବା ପାଇଁ ଶ୍ରମିକଙ୍କ ଲାଗିଛି ବାଜି

ବ୍ରାହ୍ମଣୀଗାଁ: ଲକଡାଉନ୍ ଯୋଗୁଁ ଶ୍ରମିକମାନେ ବିଭିନ୍ନ ସ୍ଥାନରେ ଫସି ରହିଥିବା ବେଳେ କେତେକ ଶ୍ରମିକ ବିଭିନ୍ନ ଉପାୟରେ ନିଜ ନିଜ ଘରକୁ ଫେରିବାର ବାଟ ଦେଖିଛନ୍ତି । ଜୀବନକୁ ବାଜୀ ଲଗେଇ କେହି କେହି ସାଇକେଲରେ ଓ କେହି ଚାଲି ଚାଲି ନିଜ ଭିଟାମାଟିରେ ପହଁଚିବାକୁ ଲକ୍ଷ୍ୟ ରଖିଥିବା ଦେଖିବାକୁ ମିଳିଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରାହ୍ମଣୀଗାଁ’ରେ । ମଙ୍ଗଳବାର ବିଳମ୍ବିତ ରାତ୍ରରେ ସାଇକେଲ ଆରୋହୀ ଆଠଜଣ ଶ୍ରମିକ କନ୍ଧମାଳ ଜିଲ୍ଲା ସୀମାନ୍ତ ବ୍ରାହ୍ମଣୀଗାଁ’ ଥାନାର ଝିଞ୍ଜିରୀଗୁଡ଼ା ସ୍ଥିତ ଚେକ୍ ଗେଟ୍ ଅତିକ୍ରାନ୍ତ କରିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଶ୍ରମିକମାନେ ସୂଦୂର ଛତିଶଗଡ଼ ରାଜ୍ୟର ରାଇପୁର ନିକଟସ୍ଥ ସୁରୁଡାରୁ ସାଇକେଲରେ ଯାତ୍ରା ଆରମ୍ଭ କରିଥିଲେ । ଖବରପାଇ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀଙ୍କ ନେତୃତ୍ୱରେ ଏସଆଇ ସଂଗ୍ରାମ କେଶରୀ ଜେନା ଓ ଥାନା କର୍ମଚାରୀ ସେମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥାକରି ଏକ ପ୍ରକାର ମାନବିକତାର ପରିଚୟ ଦେଇଛନ୍ତି । ଶ୍ରମିକମାନେ ଖାଇବାପରେ ଖୋଦ୍ ପୁଲିସ୍ ସୁରକ୍ଷା ମଧ୍ୟରେ ସେମାନଙ୍କୁ ଝିଞ୍ଜିରିଗୁଡ଼ା ଚେକ୍ ପୋଷ୍ଟ ମଧ୍ୟ ଅତିକ୍ରାନ୍ତ କରାଇଥିଲେ । ରାତ୍ରୀକାଳିନ ଯାତ୍ରା ସମୟରେ ସେମାନଙ୍କ ପାଖରେ କୌଣସି ଲାଇଟ୍ ବ୍ୟବସ୍ଥା ନଥିବାରୁ ଏଥିରେ ସହଯୋଗର ହାତ ବଢ଼ାଇଥିଲେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଅଶୋକ ସିଂ । ନିଜେ ଦୁଇଗୋଟି ଟର୍ଚ୍ଚ ଲାଇଟ୍ କିଣି ଉକ୍ତ ଶ୍ରମିକଙ୍କୁ ମଧ୍ୟ ପ୍ରଦାନ କରିଥିଲେ । ସେମାନେ ଗଞ୍ଜାମ ଜିଲ୍ଲାର ପାଟପୁର ଥାନା ଦିଗପହଣ୍ଡି ଅଞ୍ଚଳର ବୋଲି ପ୍ରକାଶ କରିଛନ୍ତି । ସେହିପରି ଆଉ ଦୁଇଜଣ ବ୍ୟକ୍ତି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କରେଲା ପଞ୍ଚାୟତର ଚିନ୍ତାମଣି ସେଠୀ ଓ ଟୁନା ସେଠୀ କୋରାପୁଟ ଜିଲ୍ଲା ସିମିଳିଗୁଡ଼ାକୁ କୁଅଁ ଖୋଳିବା ପାଇଁ ଯାଇ ଲକ୍‌ଡାଉନରେ ଫସି ରହିଥିଲେ । କାମ ସରିବାପରେ ସେମାନଙ୍କ କଥା ବୁଝିବାକୁ କେହିନଥିଲେ । କୁଅଁ ଖୋଲି ଯେଉଁ କିଛି ଟଙ୍କା ରୋଜଗାର କରିଥିଲେ ଏହି ବିପତ୍ତି ସମୟରେ ତାହା ତାଙ୍କର ଖାଇବା ଓ ଅନ୍ୟାନ୍ୟ ଖର୍ଚ୍ଚରେ ହିଁ ଶେଷ ହୋଇଯାଇଛି । ଟଙ୍କା ସରିଯିବା ପରେ ପଞ୍ଚାୟତର ସରପଞ୍ଚଙ୍କୁ ଯୋଗାଯୋଗ କରିବାପରେ ସେମାନେ ଚାଲିଚାଲି ଯିବାକୁ ବାହରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking