28.1 C
Bhubaneswar
Saturday, April 20, 2024
Homeଓଡିଶାସହାୟତା ଦାବିରେ ଜିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ସହାୟତା ଦାବିରେ ଜିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦୁଝର: ସାରା ଦେଶରେ କରୋନା ମହାମାରୀର ରୂପ ନେଇ ସାରିଲାଣି । ଏହି କରୋନାରେ ଆକ୍ରାନ୍ତ ହୋଇ ବହୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ଏହି କରୋନା ରେ ଆକ୍ରାନ୍ତ ହୋଇ କେନ୍ଦୁଝର ଜିଓ କାର୍ଯ୍ୟାଳୟରେ କାର୍ଯ୍ୟରତ ସଞ୍ଜୟ ସାହୁଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ତାଙ୍କ ମୃତ୍ୟୁ ପରେ କମ୍ପାନୀ ପକ୍ଷରୁ ତାଙ୍କୁ କୋୖଣସି ଅନୁକମ୍ପାମୂଳକ ରାଶି କି ସହାୟତା ପ୍ରଦାନ କରାଯାଇନାହିଁ । ଏହି କମ୍ପାନୀ ରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ସହାୟତା ପ୍ରଦାନ କରିବାକୁ ପରିବାର ଲୋକେ ଦାବି କରିଛନ୍ତି । ଏନେଇ ଆଜି ଅପରାହ୍ନ ରୁ କମ୍ପାନୀ କେନ୍ଦୁଝର କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ମୃତ ସଞ୍ଜୟ ଙ୍କ ପରିବାର ଲୋକେ । ଏହି ଧାରଣାରତ ପରିବାର ଲୋକଙ୍କ ସହ ସାମିଲ ହୋଇଥିଲେ ଜିଓ କାର୍ଯ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଚଳାଇବେ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି ।
kendujhar

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking