27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶକଡ଼ା କାର୍ଯ୍ୟାନୁଷ୍ଠାନ : ଏକାଥରକେ ୫୬ ପୁଲିସଙ୍କୁ ନିଲମ୍ବନ

କଡ଼ା କାର୍ଯ୍ୟାନୁଷ୍ଠାନ : ଏକାଥରକେ ୫୬ ପୁଲିସଙ୍କୁ ନିଲମ୍ବନ

ଉତ୍ତରପ୍ରଦେଶ : କର୍ତ୍ତବ୍ୟର ଦାୟିତ୍ୱହୀନତା ଏବଂ ଲାଞ୍ଚ ନେବା ଅଭିଯୋଗରେ ଏକାଥରକେ ୫୬ ପୁଲିସ୍‌ ନିଲମ୍ବିତ । ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଉତ୍ତରପ୍ରଦେଶ ପୁଲିସ୍‌ । ନିଲମ୍ବିତ ହୋଇଥିବା ପୁଲିସ୍‌ କର୍ମଚାରୀ ଆଗ୍ରାରେ ବିଭିନ୍ନ ଥାନାରେ କାର୍ଯ୍ୟରତ ଥିଲେ। ନିଲମ୍ବିତ ପୁଲିସ୍‌ କର୍ମୀଙ୍କ ମଧ୍ୟରେ ୬ ଜଣ ଇନ୍ସପେକ୍ଟର, ୪ ହେଡ କନଷ୍ଟେବଳ, ୪ ଆକାଉଣ୍ଟାଣ୍ଟ ଓ ୧୬ ସିପାହୀ ଅଛନ୍ତି। ସେହିପରି ପଶ୍ଚିମ ଜୋନରେ ୪ ଇନ୍ସପେକ୍ଟର, ୪ ହେଡ କନଷ୍ଟେବଳ, ଜଣେ କମ୍ପ୍ୟୁଟର ଅପରେଟର, ଜଣେ ଊର୍ଦ୍ଧ୍ୱୁ ଅନୁବାଦକ, ୧୩ ସିପାହୀଙ୍କୁ ସସପେଣ୍ଟ କରାଯାଇଛି। ଏହାବାଦ ପଶ୍ଚିମ ଜୋନ୍‌ରେ ଜଣେ ଟ୍ରେନି ଇନ୍ସପେକ୍ଟର ଓ ଜଣେ ହେଡ କନଷ୍ଟେବଳଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହାବାଦ ୧୨ ଇନ୍ସପେକ୍ଟର ଓ ୬ ଆକାଉଣ୍ଟାଣ୍ଟ ଙ୍କ ନାଁ ବି ଏଥିରେ ସାମିଲ ଅଛନ୍ତି। ତେବେ କିଏ ପାସପୋର୍ଟ ଜଲଦି କରାଇ ଦେବା ପାଇଁ ଲାଞ୍ଚ ନେଉଥିଲା ତ କିଏ ନିଜ ଦାୟିତ୍ୱ ପ୍ରତି ଅବହେଳା କରୁଥିଲା। ଏନେଇ ଅଭିଯୋଗ ହେବା ପରେ ତୁରନ୍ତ ୫୬ ପୁଲିସ୍‌ କର୍ମୀଙ୍କୁ ଆଗ୍ରା କମିଶନରେଟ ପୁଲିସ୍‌ ପକ୍ଷରୁ ନିଲମ୍ବିତ କରାଯାଇଛି। ଆଗ୍ରା କମିଶନରେଟ ପୁଲିସ୍‌ ହେବା ପରେ ଏହା ସବୁଠୁ ବଡ଼ ପଦକ୍ଷେପ । ନିଲମ୍ବିତ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ପାସପୋର୍ଟ କରାଇବା ନିମନ୍ତେ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ଛାନଭିନ ଆରମ୍ଭ ହୋଇ ଏହି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି। ଆଗ୍ରା ପୁଲିସ୍‌ କମିଶନରଙ୍କ ଅଧୀନରେ ଥିବା ୯ ଥାନାର ଇନ୍ସପେକ୍ଟରଙ୍କଠାରୁ ତଳିଆ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କ ନାଁରେ ବାରମ୍ବାର ଅଭିଯୋଗ ହେଉଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking