14.1 C
Bhubaneswar
Friday, January 10, 2025
Homeଓଡିଶାଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ ନଥିଲେ ୨୩ ରୁ କଠୋର କାର୍ଯ୍ୟାନୁଷ୍ଠାନ

ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ ନଥିଲେ ୨୩ ରୁ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ (ଏଚ୍‌ଏସ୍‌ଆରପି) ଲାଗିନଥିବା ଗାଡ଼ି ଗୁଡିକ ପାଇଁ ଚେତାବନୀ ଜାରି କରିଛି । ଏଚ୍‌ଏସ୍‌ଆରପି ନମ୍ବର ପ୍ଲେଟ ନଥିଲେ ଆସନ୍ତା ୨୩ରୁ ଗାଡି ମାଲିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବା ସହ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ ବୋଲି ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ ଏବଂ ଏନଫୋର୍ସମେଣ୍ଟ ଲାଲମୋହନ ସେଠୀ (ସଡକ ସୁରକ୍ଷା) ସୂଚନା ଦେଇଛନ୍ତି ।

ଶ୍ରୀ ସେଠୀ କହିଛନ୍ତି ଯେ ଓଡ଼ିଶା ରେଜିଷ୍ଟ୍ରେସନ୍ ମାର୍କ ଥିବା ୨୦୧୯ ଏପ୍ରିଲ ୧ ତାରିଖ ପୂର୍ବରୁ ପଞ୍ଜିକୃତ ହୋଇଥିବା ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗେଇବାର ଅବଧି ଚଳିତବର୍ଷ ଫେବୃଆରୀ ୨୮ରୁ ଶେଷ ହୋଇଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କିଛି ଗାଡ଼ି ଏଚ୍‌ଏସ୍‌ଆରପି ରେଜିଷ୍ଟ୍ରେସନ୍ ପ୍ଲେଟ୍ ନଲଗାଇ ରାସ୍ତାରେ ଗାଡି ଚଳାଉଥିବା ଦେଖିବାକୁ ମିଳିଛି । ଏନେଇ ଆସନ୍ତା ୨୩ରୁ ଏଚ୍‌ଏସ୍‌ଆରପି ବିନା ଚାଲୁଥିବା ଯାନଗୁଡିକୁ ଚିହ୍ନଟ କରିବା ଏବଂ ଦଣ୍ଡବିଧାନ ପାଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ ହେବ । ଗତକାଲି ସୁଦ୍ଧା ୪୦,୯୩,୬୦୮ ଗାଡି ମାଲିକ ସ୍ଲଟ୍ ବୁକ୍ କରିଥିଲେ ।

ସେଥିମଧ୍ୟରୁ ୩୫,୮୭,୫୭୭ ଗାଡିରେ ଏଚ୍‌ଏସ୍‌ଆରପି ଲଗାଯାଇଛି । ତେଣୁ ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକମାନଙ୍କୁ ଶୀଘ୍ର ନିୟମ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏପରିକି ଏମ୍‌ଭିଆଇ ଆକ୍ଟ, ୧୯୮୮, ଧାରା ୧୯୨ ଅଧୀନରେ ଯଦି ଗାଡ଼ିଟିରେ ଏଚ୍‌ଏସ୍‌ଆରପି ନଥିବ, ତେବେ ସେହି ଗାଡି ବିରୋଧରେ ଇ-ଚାଲାଣ ଜାରି କରାଯିବ ଏବଂ ୫୦୦୦ କିମ୍ବା ୧୦,୦୦୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ତେଣୁ ସିଏମ୍‌ଭିଆର୍‌, ୧୯୮୯ ର ନିୟମ ୫୦ ଅନୁଯାୟୀ, ସମସ୍ତ ଯାନକୁ ଏଚ୍‌ଏସ୍‌ଆରପି ସହିତ ସଂଲଗ୍ନ କରିବା ବାଧ୍ୟତାମୂଳକ ବୋଲି ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking