26.1 C
Bhubaneswar
Tuesday, January 7, 2025
Homeଓଡିଶାରଜ ପର୍ବ ପାଳନ ପଛର କାହାଣୀ

ରଜ ପର୍ବ ପାଳନ ପଛର କାହାଣୀ

ଭୁବନେଶ୍ୱର : ସବୁ ଓଡିଆମାନଙ୍କ ପାଇଁ ରଜ ପର୍ବ ଆନନ୍ଦ ଓ ଉଲ୍ଲାସର ଦିନଟିଏ । ଏହା ଓଡିଶାର କୋଣ ଅନୁକୋଣରେ ପାଳନ କରାଯାଏ । ଓଡିଶାବାସୀ ଏହି ଦିନଟିକୁ ଖୁବ ଧୂମଧାମରେ ପାଳନ କରନ୍ତି । ଏହି ପର୍ବର ସ୍ୱତନ୍ତ୍ରତା ହେଉଛି, ଏହା ଭାରତର ଅନ୍ୟ କୋଣସି ରାଜ୍ୟରେ ପାଳିତ ହୁଏ ନାହିଁ । କେବଳ ଓଡିଶାରେ ପାଳନ କରାଯାଉଥିବାରୁ ଏହାର ଅନନ୍ୟ ଉଦାହରଣ ରହିଛି । ରଜ ୫ ଦିନ ପାଳନ ହେଉଥିଲେ ମଧ୍ୟ ଏହାର ଶେଷ ଦୁଇ ଦିନ ପାଳନ ସାମାନ୍ୟ ଫିକା ଥାଏ । ରଜର ପାଂଚ ଦିନ ହେଉଛି ପହିଲି ରଜ, ରଜ ସଂକ୍ରାନ୍ତି, ଶେଷ ରଜ, ବସୁମତୀ ପୂଜା ଓ ଭୂମି ଦହନ । ପହିଲି ରଜଠାରୁ ଆରମ୍ଭ କରି ଶେଷ ରଜ ପର୍ଯ୍ୟନ୍ତ ମା ବସୁମତୀ ରଜସ୍ୱଳା ହୁଅନ୍ତି ବୋଲି ମାଦଳା ପାଞ୍ଜିରେ ଉଲ୍ଲେଖ ରହିଛି ।

ସେଥିପାଇଁ ଏହି ତିନି ଦିନ ଝିଅମାନଙ୍କୁ କୌଣସି କାମ କରିବା ପାଇଁ ଦିଆଯାଏ ନାହିଁ । ସେମାନେ ରାତିରେ ଭୋଜନ କରନ୍ତି ନାହିଁ । ଏହି ତିନି ଦିନ ଝିଅମାନେ ବସୁମତୀ ବା ମା ପାର୍ବତୀଙ୍କୁ ପୂଜା କରନ୍ତି । ଚତୁର୍ଥ ଦିନ ମା ବସୁମତୀ ସ୍ନାନ ହୁଏ ଏବଂ ପଂଚମ ଦିନ ଭୂମି ଦହନ ହୁଏ । ଅର୍ଥାତ କୃଷକମାନେ ନିଜ ନିଜ ଜମିକୁ ପୂଜା କରନ୍ତି ।

ଝିଅମାନେ ଗାଁ ଗାଁରେ ଦୋଳି ଖେଳିଥାନ୍ତି । ଖାଲି ଝିଅ ନୁହଁନ୍ତି ବରଂ ପୁଅମାନେ ମଧ୍ୟ କବାଡି ଖେଳ କରି ରଜର ଭରପୂର ମଜା ନେଇଥାନ୍ତି । ଏହାଛଡା ଝିଅମାନେ ରଜଗୀତ ଗାଇ ଏହାକୁ ପାଳନ କରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking