31.1 C
Bhubaneswar
Friday, March 29, 2024
Homeଓଡିଶାଶ୍ରୀ ଜଗନ୍ନାଥ, ଦି ଷ୍ଟେ୍ ଡେଇଟି ଅଫ୍ ଓଡ଼ିଶା ଉନ୍ମୋଚିତ, ମହାପ୍ରଭୁ ଓ ଶ୍ରୀମନ୍ଦିର ବିଷୟରେ...

ଶ୍ରୀ ଜଗନ୍ନାଥ, ଦି ଷ୍ଟେ୍ ଡେଇଟି ଅଫ୍ ଓଡ଼ିଶା ଉନ୍ମୋଚିତ, ମହାପ୍ରଭୁ ଓ ଶ୍ରୀମନ୍ଦିର ବିଷୟରେ ୧୦ଟି କଥା

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଇଂରାଜୀରେ ରଚିତ ପୁସ୍ତକ “ଶ୍ରୀ ଜଗନ୍ନାଥ, ଦି
ଷ୍ଟେଟ୍ ଡେଇଟି ଅଫ୍ ଓଡ଼ିଶା” ଉନ୍ମୋଚିତ ହୋଇଯାଇଛି । ଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ଗବେଷକ ଡକ୍ଟର ଭାସ୍କର
ମିଶ୍ରଙ୍କ ଦ୍ୱାରା ରଚିତ ଏହି ପୁସ୍ତକକୁ ସୋଆ (ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର
ମନୋଜରଞ୍ଜନ ନାୟକ ଲୋକାର୍ପିତ କରିଛନ୍ତି ।
ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ‘ପ୍ରମେୟ’ ଓ ନ୍ୟୁଜ-୭ର ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ଆଇଟିଇଆର୍‌
ନିର୍ଦ୍ଦେଶକ ପ୍ରଫେସର ମାନସ ରଞ୍ଜନ ମଲ୍ଲିକ, ନ୍ୟୁଜ-୭ କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ, ପ୍ରମେୟ
ବ୍ୟୁରୋ ଚିଫ୍ ଦେବେନ୍ଦ୍ର ସୁଆର, ଡିଜିଏମ୍ (ପ୍ରସାର) ଗଜେନ୍ଦ୍ର ଦାସ, , ସୋଆ ଜଏଂଟ ରେଜିଷ୍ଟ୍ରାର ଶଶାଙ୍କ
ଶେଖର ମିଶ୍ର ଏବଂ ପୁସ୍ତକର ରଚୟିତା ଡଃ ଭାସ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଗତ ସ୍ନାନପୂର୍ଣ୍ଣିମା ଦିନ
ସ୍ନାନମଣ୍ଡପରେ ମହାପ୍ରଭୁଙ୍କୁ ଏହି ପୁସ୍ତକଟି ଉତ୍ସର୍ଗ କରାଯାଇଥିଲା ।
ପୁସ୍ତକ ସମ୍ପର୍କରେ ଡକ୍ଟର ମିଶ୍ର କହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଠାକୁର । ଏହି ଆଧ୍ୟାତ୍ମିକ
ଓ ଭକ୍ତିପୂତ ପୁସ୍ତକ ଦଶଟି ବିଷୟବସ୍ତୁ ଉପରେ ଆଧାରିତ । ସେଥିରେ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର, ଶ୍ରୀ ମନ୍ଦିରର ଚାରି
ଦ୍ୱାର, ବେଡ଼ାସ୍ଥିତ ପାଶ୍ୱର୍ ଦେବଦେବୀ, ଚତୁର୍ଦ୍ଧା ବିଗ୍ରହ, ଦୈନନ୍ଦିନ ନୀତି, ମହାପ୍ରଭୁମାନଙ୍କ ବେଶ ବୈଶିଷ୍ଟ୍ୟ,
ଶ୍ରୀଗଣ୍ଡିଚା ଯାତ୍ରା, ନବକଳେବର ଓ ଶ୍ରୀମନ୍ଦିର ପରିଚାଳନା ଇତିହାସ ସ୍ଥାନିତ ହେଇଛି । ତା’ସହିତ ଏହି ପୁସ୍ତକରେ
ବହୁ ଦୁର୍ଲଭ ଫଟୋଚିତ୍ର ସ୍ଥାନିତ କରାଯାଇଛି । ବିଶେଷ କରି ତଥ୍ୟଭିତିକ ଏହି କଫି ଟେବୁଲ ପୁସ୍ତକଟି ବିଶ୍ୱର
ପ୍ରବାସୀ ଓଡ଼ିଆ ଏବଂ ପାଶ୍ଚାତ୍ୟ ପାଠକମାନଙ୍କୁ ବହୁପରିମାଣରେ ଆକୃଷ୍ଟ କରିବ । ପୁସ୍ତକଟିର ଦାମ୍ ୨୦
ଆମେରିକୀୟ ଡଲାର ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ଜଗନ୍ନାଥ, ଦି ଷ୍ଟେଟ୍ ଡେଇଟି ଅଫ୍ ଓଡ଼ିଶା
ହେଉଛି ଶ୍ରୀ ମିଶ୍ରଙ୍କ ୫୦ ତମ ପୁସ୍କକ । ଶ୍ରୀ ମିଶ୍ର ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରିବା ସହିତ ଅନେକ
ପୁସ୍ତକ ରଚନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking