22.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶଅନ୍‌ଲାଇନ୍ ବେଟିଂ ବିଜ୍ଞାପନର ପ୍ରସାରଣ ବନ୍ଦ କର: ପ୍ରିଣ୍ଟ୍‌, ଡିଜିଟାଲ ଓ ଇଲେକ୍ଟ୍ରୋନିକ୍ସ ମିଡିଆକୁ ନିର୍ଦ୍ଦେଶ

ଅନ୍‌ଲାଇନ୍ ବେଟିଂ ବିଜ୍ଞାପନର ପ୍ରସାରଣ ବନ୍ଦ କର: ପ୍ରିଣ୍ଟ୍‌, ଡିଜିଟାଲ ଓ ଇଲେକ୍ଟ୍ରୋନିକ୍ସ ମିଡିଆକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅନ୍‌ଲାଇନ ବେଟିଂ ବିଜ୍ଞାପନ ଜାଲରେ ଲୋକେ ଯେପରି ନ ପଡନ୍ତି, ସେଥିପ୍ରତି କେନ୍ଦ୍ର ସରକାର କଡା ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଅନ୍‌ଲାଇନ ବେଟିଂ ବିଜ୍ଞାପନର ପ୍ରକାଶନ ଓ ପ୍ରସାରଣ ନ କରିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସବୁ ପ୍ରିଣ୍ଟ୍‌, ଡିଜିଟାଲ ଓ ଇଲେକ୍ଟ୍ରୋନିକ୍ସ ମିଡିଆକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତରେ ବେଟିଂ ଓ ଜୁଆକୁ ବେଆଇନ ଘୋଷଣା କରାଯାଇଛି ।

ତେଣୁ ସାଧାରଣ ଲୋକ ବିଶେଷକରି ଶିଶୁ ଓ ଯୁବଗୋଷ୍ଠୀ ଯେପରି ଏହାର ମୋହରେ ପଡି ସର୍ବସ୍ୱାନ୍ତ ନହେବେ, ସେଥିପ୍ରତି ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି । ଅଧିକାଂଶ ସମୟରେ ଏଭଳି ବିଜ୍ଞାପନ ବିଭ୍ରାନ୍ତିକର ହୋଇଥିବାବେଳେ ଉପଭୋକ୍ତାଙ୍କୁ ଲୁଟିବା ଲକ୍ଷ୍ୟରେ ପ୍ରଲୋଭିତ କରାଯାଉଥିବା ଅଭିଯୋଗ ହୋଇଛି । ଗ୍ରାହକ ସୁରକ୍ଷା ଆଇନ, ୨୦୧୯, କେବୁଲ ଟେଲିଭିଜନ ନେଟ୍‌ୱାର୍କ ଆଇନ, ୧୯୯୫ କିମ୍ବା ପ୍ରେସ୍ କାଉନସିଲ ଆଇନ୍‌, ୧୯୭୮ର କୌଣସି ନିର୍ଦ୍ଦେଶନାମାକୁ ଏଭଳି ବିଜ୍ଞାପନ ପୂରଣ କରୁନଥିବାରୁ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking