29.1 C
Bhubaneswar
Friday, May 17, 2024
Homeଓଡିଶାଲୋଡିଜ୍ ହଷ୍ଟେଲକୁ ଟେକା ପପଥରଥର ମାଡ, ୧୫ ଛାତ୍ରୀ ଆହତ

ଲୋଡିଜ୍ ହଷ୍ଟେଲକୁ ଟେକା ପପଥରଥର ମାଡ, ୧୫ ଛାତ୍ରୀ ଆହତ

ଭୁବନେଶ୍ୱର: ନୟାପଲ୍ଲୀ ଥାନା ବେହେରା ସାହି ଉଗ୍ରତାରା ଲେଡିଜ୍ ହଷ୍ଟେଟଲେ ସ୍ଥାନୀୟ କିଛି ଯୁବକଙ୍କ ଉନ୍ନୁକ୍ତକାଣ୍ଡ । ହଷ୍ଟେଲକୁ ଢେଲା ପଥର, ଷ୍ଟିକ୍ ମାଡ଼ କରିବା ସହ ହଷ୍ଟେଲ ଅନ୍ତେବାସୀଙ୍କୁ ଗାଳି ଗୁଲଜ କରିଛନ୍ତି । ଢେଲ ପଥର ମାଡ଼ରେ ୧୫ରୁ ଅଧିକ ଛାତ୍ରୀ ଆହାତ ହୋଇଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ପରେ ପରିସ୍ଥିତି ଶାନ୍ତ ପଡିଛି । ଏନେଇ ହଷ୍ଟେଲରେ ରହୁଥିବା ଅନ୍ତେବାସୀମାନେ ନୟାପଳ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ହଷ୍ଟେଲ ସମ୍ମୁଖରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ସବୁବେଳେ ସେଠାରେ ବସି ଆଖଡ଼ା କରନ୍ତି । ଲେଡ଼ିଜ୍ ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କୁ କମେଣ୍ଟ କରନ୍ତି । ଛାତ୍ରୀମାନେ ଏହାକୁ ସହି ଯାଆନ୍ତି । ଆଜି ସନ୍ଧ୍ୟାରେ କିନ୍ତୁ ପରିସ୍ଥିତି ଅଣଆୟତ ହୋଇଯାଇଥିଲା । ଛାତ୍ରୀମାନଙ୍କୁ ଆଜି ସ୍ଥାନୀୟ ଯୁବକ ଟେକା ମାଡ଼ କରିଥିଲେ । ଯାହାଫଳରେ ଯାହା ଦେହରେ ଟକା ବାଜିଥିଲା । ସେ ସ୍ଥାନୀୟ ଯୁବକଙ୍କୁ କଣ ପାଇଁ ଟେକା ମାରିଲୁ ବୋଲି ପଚାରିବାକୁ ଯାଇଥିଲେ । ଏଥିରେ ସ୍ଥାନୀୟ ଯୁବକମାନଙ୍କ ଇଗୋ ହଟ୍ ହୋଇଯାଇଥିଲା ।

ଏମାନେ କିଛି ସମୟ ପରେ ଉତ୍‌କ୍ଷୀପପ୍ତ ହୋଇ ପ୍ରାୟ ୧୧ ଜଣ ଯୁବକ ହଷ୍ଟେଲ ସମ୍ମୁଖରେ ଏକାଠୀ ହୋଇ ଗାଳି ଗୁଲଜ କରିଥିଲେ । ପରେ ଛାତ୍ରୀମାନେ କିଛି କହିବା ମାତ୍ରେ ଯୁବକମାନେ ଢେଲା ପଥର ବର୍ଷା କରିଥିଲେ । ପରେ ଯାହା ପାଇଲେ ହଷ୍ଟେଲ ଭିତରକୁ ଫେପାଡି ଚାଲିଲେ । ଯାହାଫଳରେ ହଷ୍ଟେଲରେ ଥିବା ୧୫ ଜଣ ଛାତ୍ରୀ ଆହତ ହୋଇଛନ୍ତି । କାହାର ମୁଣ୍ଡରେ ଆଘାତ ଲାଗିଛି ତ କାହାର ହାତ ଏବଂ ମୁହଁରେ କ୍ଷତାକ୍ତ ହୋଇଛି । ଏହା ସହ ହଷ୍ଟେଲରେ ଲାଗିଥିବା କାଚ, ଛାତ୍ରୀମାନଙ୍କ ଗାଡ଼ି ଏବଂ ହଷ୍ଟେଲର ଅନ୍ୟ ଆସବାବପତ୍ର ଭାଙ୍ଗି ଧ୍ୱଂସ ହୋଇଯାଇଛି । ତେବେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking