33.1 C
Bhubaneswar
Friday, May 17, 2024
Homeଓଡିଶାଜାଲ ଆଡମିଶନ୍ କଡ଼ ଦେଇ ପୁଲିସକୁ ଠକି ବନ୍ଧା ହେଲେ ଅଭିଯୁକ୍ତ

ଜାଲ ଆଡମିଶନ୍ କଡ଼ ଦେଇ ପୁଲିସକୁ ଠକି ବନ୍ଧା ହେଲେ ଅଭିଯୁକ୍ତ

ଭୁବନେଶ୍ୱର: ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଜାଲ ସାର୍ଟିପିକେଟ୍ ଦେଖାଇ ଚକମା ଦେବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲା ସାମନ୍ତରାପୁର କିଶୋର ନଗର ଅଞ୍ଚଳର ସମୀର କୁମାର ବର୍ମନ ଏବଂ ଜଗତସିଂହପୁର ଜିଲା ତରଡାପଡ଼ା ଅଞ୍ଚଳର ରାକେଶ କୁମାର ପ୍ରଧାନ । ଅତରିିକ୍ତ ଡିସିପି ସିକ୍ୟୁରିଟି, ଲୋକ ସେବା ଭବନ ସୁଜତି କୁମାର ଦଳେଇଙ୍କ ଅଭିଯୋଗ ଭିତ୍ତିରେ କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ ଗତ ୦୨ତାରିଖ ସମୟ ପ୍ରାୟ ୧୨.୩୦ ରେ ଲୋକସେବା ଭବନରେ ସିକ୍ୟୁରିଟି ଯାଞ୍ଜ ଚାଲିଥିଲା ।

ପୁଲିସ୍ କର୍ମଚାରୀ କୁନାଲ ରଂଜନ ମହାପାତ୍ରଙ୍କ ତଳ ମହଲା ଲିଫ୍ଟ ନିକଟରେ ସମୀର କୁମାର ବର୍ମନଙ୍କ ପରିଚୟ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ସମୀରଙ୍କ ନିକଟରୁ ସଚିବାଳୟର ଏକ ଜାଲ୍ ଆଡମିଶନ କାର୍ଡ ପାଇଥିଲେ, ଯାହା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଭାବରେ ଦର୍ଶାଯାଇଥିଲା । ପୁଲିସ କମମଚାରୀ କୁନାଲ ରଂଜନ ମହାପାତ୍ରଙ୍କୁ ସନ୍ଦେହ ହେବାରୁ ଏହି ସମ୍ପର୍କରେ ସେ ତାଙ୍କ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଅନୁସନ୍ଧାନରେ ଜଣାପଡିଥିଲା ଉକ୍ତ ଆଡମିଶନ କାର୍ଡଟି ଜାଲ ଅଟେ ।

ସମୀର କୁମାର ବର୍ମନଙ୍କ ନାମକ କୌଣସି ଏଷ୍ଟାବ୍‌ିିସମେଣ୍ଟ ଅଫିସର କିମ୍ବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ନାହାନ୍ତି ବୋଲି ଜାଣିବାକୁ ପାଇଥିଲେ । ପରେ ପୁଲିସ ତାଙ୍‌କୁ ନିଜ ହେପାଜତକୁ ନେଇଥିଲା । ଅଭିଯୁକ୍ତ ସମୀର କୁମାର ବର୍ମନଙ୍କୁ ପଚରାଉଚରା ବେଳେ ସେ ଜଣେ ରାକେଶ ରଞ୍ଜନ ପ୍ରଧାନ ନାମକ ବ୍ୟକ୍ତିଙ୍କ ଠାରୁ ଏହି ଜାଲି କାର୍ଡଟି ପ୍ରାପ୍ତ କରିଥିବା କହିଥିଲେ ।

ସୂଚନାଯୋଗ୍ୟ ରାକେଶ ସହଯୋଗ ବିଭାଗର ସିନିୟର ଆଇଟି ପ୍ରୋଗ୍ରାମର ଭାବରେ କାମ କରୁଛନ୍ତି । ସେ ସମୀର କୁମାର ବର୍ମନଙ୍କୁ ଜାଲ ଆଇଡ଼ି ପ୍ରଦାନ କରିଛନ୍ତି । ପରେ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking