କଲମ୍ବୋ: ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଅଭୟବର୍ଦ୍ଦନା ଭାରତକୁ କୃତକଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି, ଭାରତ ଏକ ଭରସାଯୋଗ୍ୟ ବନ୍ଧୁ ଏବଂ ଗତବର୍ଷ ଆର୍ଥିକ ସଂକଟରୁ ହିଁ ଭାରତ ଆମକୁ ରକ୍ଷା କରିଛି । ଯଦି ଭାରତ ସାହାଯ୍ୟ ନକରିଥାନ୍ତି, ତେବେ ଦେଶରେ ପୁଣି ଥରେ ରକ୍ତପାତର ସ୍ଥିତି ସୃଷ୍ଟି ହୋଇଥାନ୍ତା । ଦୁଇଦିନ ତଳେ ଇଣ୍ଡିଆନ୍ ଟ୍ରାଭେଲ୍ କଂଗ୍ରେସର ଡେଲିଗେସନ୍ ପାଇଁ ଆୟୋଜିତ ଡିନର୍ ଅବସରରେ ଅଭୟବର୍ଦ୍ଦନା ଏହା କହିଥିଲେ । ଅଭୟବର୍ଦ୍ଦନା କହିଛନ୍ତି, ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଗଭୀର ବନ୍ଧୁତା ରହିଛି ।
ଭାରତ ସର୍ବଦା ଆମର ଭରସାଯୋଗ୍ୟ ସାଥୀ ଭାବେ ରହିଆସିଛି । ସଂସ୍କୃତି, ସାମାଜିକ ଓ ପଲିସି ଦୃଷ୍ଟିରୁ ଦୁଇ ଦେଶ ମଧ୍ୟରେ ସମାନତା ରହିଛି । ଶ୍ରୀଲଙ୍କା କରିଥିବା ଲୋନ୍ ପରଶୋଧର ଅବଧିକୁ ଭାରତ ୧୨ ବର୍ଷ ପର୍ଯ୍ୟନ୍ତ ବଢ଼ାଇବା ପ୍ରସ୍ତୁତ ଥିବା ଶୁଣିବାକୁ ମିଳିଛି । ଏହା କେବେ ବି ଆଶା କରାଯାଉ ନଥିଲା ଏବଂ ଆଜି ପର୍ଯ୍ୟନ୍ତ କୌଣସି ଦେଶ ଆମର ଏତେ ସହାୟତା କରିନାହିଁ । ଗତବର୍ଷ ଆର୍ଥିକ ସଂକଟ ବେଳେ ଶ୍ରୀଲଙ୍କାକୁ ଆର୍ଥତ ସହାୟତା କରିଥିବାରୁ ଅଭୟବର୍ଦ୍ଦନା ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ।