32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ଡିଜିଟାଲ କବିତା ଓ ଗଳ୍ପ ମହାଯଜ୍ଞ

ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ଡିଜିଟାଲ କବିତା ଓ ଗଳ୍ପ ମହାଯଜ୍ଞ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବାଣୀ ଭବନ ଠାରେ ବାଣୀପୀଠ ଦ୍ବାରା ଆମ ସୁନାଚାନ୍ଦ ଜାତୀୟ ଶିଶୁ ସାହିତ୍ୟ ସଂସ୍ଥାନ – ଓଡ଼ିଶା ଆନୁକୂଲ୍ୟରେ ଆଜି ଶିଶୁଦିବସ ଅବସରରେ ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ଡିଜିଟାଲ କବିତା ଓ ଗଳ୍ପ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କବି ବେଣୁଧର ଜେନା ଅଧ୍ୟକ୍ଷତା କରିଥିବା ବେଳେ ଭୂତପୂର୍ବ ବିଧାୟକ ଗଣେଶ୍ଵର ପାତ୍ର ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଶିଶୁ ସାହିତ୍ୟିକ ଆଇନଜିବୀ ସତ୍ୟବ୍ରତ ମିଶ୍ର ଯୋଗଦାନ କରି ଶିଶୁଙ୍କ ମସ୍ତିଷ୍କ ଜ୍ଞାନ ଓ ଧିଶକ୍ତିର ଗନ୍ତାଘର ପିତା ମାତା ଓ ଶିକ୍ଷକ ଏହାର ଚାବିକାଠି, ଏହି ଚାବିକାଠି ମାଧ୍ୟମରେ ବିଶ୍ଵ ନିୟନ୍ତାଙ୍କ ଜ୍ଞାନର ଗନ୍ତାଘର ଖୋଲାଯାଇପାରିବ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବୋଲି ମତବ୍ୟକ୍ତ କରିଥିଲେ ା ସମ୍ମାନୀତ ଅତିଥି ଭାବେ ସମାଜସେବୀ ବସନ୍ତ ମହାପାତ୍ର ଓ ସାମ୍ବାଦିକ ନିହାର ରଞ୍ଜନ ମହାପାତ୍ର ଯୋଗଦାନ କରିଥିଲେ ।
ମଞ୍ଚ ପରିଚାଳନା କବି ବଙ୍କିମ୍ ବାରିକ କରିଥିବା ବେଳେ ପର୍ଯ୍ୟବେକ୍ଷକ ଭାବେ କଇଁଫୁଲର ସଂପାଦକ ପର୍ଶୁରାମ ସାହୁ, ଶିକ୍ଷକ ଦର୍ପଣର ସଂପାଦକ ସଚ୍ଚିଦାନନ୍ଦ ମହାନ୍ତି ଓ ବନମୟୂରୀ ର ସଂପାଦକ ନିରୋଦ ସୁନ୍ଦର ଜେନା ଓ ଶିଶୁ ପର୍ଯ୍ୟବେକ୍ଷକ ଭାବେ ମାମାଲି ସାହୁ, ବିଜୟ କୁମାର ବେହେରା, ଶ୍ଵେତପଦ୍ମା ସ୍ଵାଇଁ ଓ ଶୁଭଶ୍ରୀ ବେହେରା ଯୋଗଦାନ କରି ୨୫ଟି ଗପ ଓ ୪୬ଟି କବିତାର ମୂଲ୍ୟାଙ୍କନ କରିଥିଲେ ା ଅନୁଷ୍ଠାନର ସଂପାଦକ ଡକ୍ଟର କୁମାର ବାବୁଲି ଆନୁଷ୍ଠାନିକ ସୂଚନା ଓ ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବିଶ୍ଵଜିତ ମହାନ୍ତି, ମାନସ ରଞ୍ଜନ ରଥ ଓ ଶୋଭନିତା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପଲ୍ଲୀପ୍ରଭାର ସଂପାଦିକା ସୂର୍ଯ୍ୟକାନ୍ତି ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking