29.1 C
Bhubaneswar
Sunday, May 19, 2024
Homeଓଡିଶାରାଜ୍ୟ କ୍ୟାବିନେଟରେ ୧୫ ଟି ପ୍ରସ୍ତାବ ଉପରେ ମୋହର

ରାଜ୍ୟ କ୍ୟାବିନେଟରେ ୧୫ ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡିଶା ଷ୍ଟେଟ ୱାଇଡ ଏରିଆ ନେଟ୍ ୱାର୍କ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରିଛି । ଆଇଟି ଭିତ୍ତିଭୂମି ବଢାଇବ ଓସୱାନ । ଏଥିରେ ଖର୍ଚ୍ଚ ହେବ ୩୩୨ କୋଟି ଟଙ୍କା । ଭୁବନେଶ୍ୱରର ସିଇଟିକୁ ମିଳିବ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା । ଓୟୁଟିଆର ଢାଞ୍ଚାରେ ସିଇଟି ଏକକ ବିଶ୍ୱବିଦ୍ୟାଳୟ ହେବ । ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତା ୨ ଲେନ ହେବ । ୨ ଲେନ୍ ରାସ୍ତାରେ ଖର୍ଚ୍ଚ ହେବ ୧୦୨.୬୫ କୋଟି ଟଙ୍କା । ସଂରକ୍ଷିତ ଖଣିରୁ ଆସିବାକୁ ଥିବା ଖଣ୍ଡାଲାଇଟ ପଥର ଉପରୁ ରୟାଲିଟି ଛାଡ କରାଯିବ । ଖଣ୍ଡାଲାଇଟ ପଥର ଅବଢା ଯୋଜନା ଓ ଅନ୍ୟ ଐତିହ୍ୟ ସ୍ଥଳ ବିକାଶରେ ଲାଗିବ । ୩ଟି ଜିଲ୍ଲାରେ ବୃହତ ପାନୀୟ ଜଳ ପ୍ରକଳ୍ପକୁ ବି ମଂଜୁରୀ ମିଳିଛି । ସୁନ୍ଦରଗଡ, କେନ୍ଦୁଝର, କଟକ ଜିଲ୍ଲାରେ ମେଗା ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି ।

ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ବୈଠକରେ ସମସ୍ତ ମନ୍ତ୍ରୀଗଣ ଉପସ୍ଥିତ ଥିଲେ । ସରକାରଙ୍କ ପକ୍ଷରୁ ସବୁ ବିଭାଗ ଠାରୁ ପ୍ରସ୍ତାବ ଲୋଡା ଯାଇଥିଲା । ଗୁରୁବାର ସୁଦ୍ଧା ରାଜ୍ୟ ସରକାରଙ୍କ ନିକଟକୁ 9ଟି ପ୍ରସ୍ତାବ ଆସିଥିଲା । ରାଜସ୍ବ ବିଭାଗ, ପୂର୍ତ୍ତବିଭାଗ, ଅର୍ଥବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking