ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଷ୍ଟାଫ ନର୍ସ ଭାବରେ କାର୍ଯ୍ୟ କରୁଥିବା ମୌସୁମୀ ମିଶ୍ର ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି । ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ୱାମୀ କହିଥିବା ବେଳେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଦାବି କରି ଉଚିତ୍ ନ୍ୟାୟ ଦାବିରେ ଏକତ୍ରିତ ହୋଇଛନ୍ତି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସମସ୍ତ ନର୍ସ । ଏହି ଘଟଣା ସମଗ୍ର କନ୍ଧମାଳ ଜିଲ୍ଲାରେ ଆଲୋଚ୍ୟର ବିଷୟ ହୋଇଛି । ଉଚିତ୍ ନ୍ୟାୟ ନମିଳିଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ନର୍ସମାନେ । ନ୍ୟାୟ ଦାବିରେ ଶବ ବ୍ୟବଚ୍ଛେଦ ପରେ ପ୍ରାୟ ୨ ଘଣ୍ଟା ଧରି କାର୍ଯ୍ୟବନ୍ଦ କରିବା ସହିତ ଶବକୁ ଅଟକାଇ ଆନ୍ଦୋଳନ କରିଛନ୍ତି । ଶେଷରେ ପୁଲିସ୍ ସନ୍ଦେହରେ ସ୍ୱାମୀକୁ ଅଟକ ରଖି ଅଧିକ ପଚରାଉଚରା ଚଳାଇଛି ।
ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଫୁଲବାଣୀ ଜିଇଡି କଲୋନୀରେ ଥିବା ସରକାରୀ କ୍ୱାର୍ଟର୍ସରେ ନିଜ ପରିବାର ସହିତ ରହୁଥିବା ଫୁଲବାଣୀ ଡାକ୍ତରଖାନାର ଷ୍ଟାଫନର୍ସ ମୌସୁମୀ ମିଶ୍ର ସନ୍ଧ୍ୟା ୮ଟା ବେଳେ ଡାକ୍ତରଖାନାକୁ ଡିଉଟିରେ ଯିବାକୁ ବାହାରିଥିଲେ । ଏତିକିବଳେ ତାଙ୍କ ଘରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୁଆଡ଼େ ଝଗଡା ହୋଇଥିଲା । ଝଗଡ଼ା ପରେ ମୌସୁମୀ କୁଆଡ଼େ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇପଡ଼ିଥିଲେ । ତାଙ୍କ ସ୍ୱାମୀ ଏବଂ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତରଖାନାରେ ପହଞ୍ôଚବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଫୁଲବାଣୀ ଟାଉନ ଥାନା ପୁଲିସ ପହଞ୍ôଚ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବା ସହିତ ତାଙ୍କର ଶବକୁ ବ୍ୟବଛେଦ ପାଇଁ ପଠାଇଥିଲା । ତେବେ ଶବ ବ୍ୟବଛେଦ ପରେ ଡାକ୍ତରଖାନାରେ କାର୍ଯ୍ୟରତ ସମସ୍ତ ଷ୍ଟାଫ ନର୍ସୠୁରୁବାର ଅପରାହ୍ଣରେ ସେମାନଙ୍କର କାର୍ଯ୍ୟ ଛାଡି ଫୁଲବାଣୀ ଡାକ୍ତରଖନାରେ ଥିବା ଶବ ବ୍ୟବଛେଦ ଗୃହ ରାସ୍ତାକୁ ଘେରାଉ କରିବା ସହିତ ମୌସୁମୀଙ୍କ ଶବକୁ ଛାଡ଼ିନଥିଲେ । ମୌସୁମୀ ଜଣେ ଭଲ କର୍ମଚାରୀ ଥିଲେ, ସେ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ହତ୍ୟା କରାଯାଇଥିବା କହି ଘଟଣାର ତଦନ୍ତ କରାଯାଇ ମୌସୁମୀ ନ୍ୟାୟ ଦେବା ପାଇଁ ଦାବି କରିଥିଲେ । ଏହା ସହିତ ସମସ୍ତ ନର୍ସ ମିଳିତ ଭାବେ ଏହି ସଂକ୍ରାନ୍ତରେ ଏକ ଅଭିଯୋଗ ଫୁଲବାଣୀ ଟାଉନ ଥାନାରେ ମିଳିତ ଭାବରେ ଦେଇଥିବା ଜଣାପଡିଛି । ଖବର ପାଇ ଫୁଲବାଣୀ ଏସ୍ଡିପିଓ ସୁରେନ୍ଦ୍ରନାଥ ମୁର୍ମୁ ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ସେଠାରେ ପହଞ୍ôଚ ଉତ୍ତ୍ୟକ୍ତ ଷ୍ଟାଫ୍ନର୍ସମାନଙ୍କୁ ବୁଝାସୁଝା କରିବା ସହିତ ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଏସ୍ଡିପିଓ ବୁଝାସୁଝା କରିବାପରେ ସେମାନେ ଏଥିରୁ ବିରତ ହୋଇଥିଲେ ବୋଲି ଫୁଲବାଣୀ ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀଙ୍କ କହିଛନ୍ତି । ପୋଲିସ ମୃତ ନର୍ସଙ୍କର ସ୍ୱାମୀ ରମାନାଥ ଦାସକୁ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି । ମୃତ ମୌସୁମୀଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ହୋଇଥିବାବେଳେ ସେ ଫୁଲବାଣୀରେ ଜିଏନ୍ଏମ୍ ତାଲିମ ନେବା ପରେ ଫୁଲବାଣୀ ଡାକ୍ତରଖାନାରେ ହିଁ ଚାକିରି ପାଇଥିଲେ । ସେ ଫୁଲବାଣୀର ସ୍ୱର୍ଗତ ବାଇଡଙ୍କ ଦାସଙ୍କ ପୁଅ ରମାନାଥ ଦାସଙ୍କୁ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ଏକ ବର୍ଷର ଝିଅ ଅଛି । ତେବେ ସ୍ୱାମୀ ଓ ପରିବାର ପକ୍ଷରୁ ଆତ୍ମହତ୍ୟା ବୋଲି କୁହାଯାଇଥିଲେ ମଧ୍ୟ ଡାକ୍ତରଖାନାକୁ ଆଣିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ରକ୍ତଛିଟା ଲାଗିବା ସହିତ ବିଭିନ୍ନ କାରଣ ଯୋଗୁଁ ତାଙ୍କ ସହକର୍ମୀମାନେ ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଥିବା ପ୍ରକାଶ କରିଛନ୍ତି ।