27.8 C
Bhubaneswar
Thursday, April 18, 2024
Homeଓଡିଶାଛେଳି ଚୋରକୁ ଧୁମ୍ ପିଟିବା ପରେ ପୁଲିସ ଜିମାଦେଲେ ଗ୍ରାମବାସୀ

ଛେଳି ଚୋରକୁ ଧୁମ୍ ପିଟିବା ପରେ ପୁଲିସ ଜିମାଦେଲେ ଗ୍ରାମବାସୀ

ବଳଙ୍ଗା : ବଳଙ୍ଗା -ହରିପୁର ମୁଖ୍ୟ ରସ୍ତାର ଖିରିଖିଆ ଗାଁ’ ମୁଣ୍ଡରୁ ଛେଳି ଚୋରି କରି ଏକ ଡାଲା ଅଟୋରେ ପଳାଉଥିବା ୨ଜଣ ଛେଳି ଚୋରଙ୍କୁ ଗ୍ରାମବାସୀ ନିସ୍ତୁକ ଛେଚି ପୁଲିସ ଜିମା ଦେଇଛନ୍ତି । ଗୁରୁବାର ଅପରାହ୍ନରେ ବଳଙ୍ଗା ପଟୁ ହରିପୁରକୁ ଯାଉଥିବା ଓଡି ୦୨ଜେଡ୍ ୯୨୮୬ ନମ୍ବର ବିଶିଷ୍ଟ ଏକ ଡାଲା ଅଟୋ ଖିରିଖିଆ ଗାଁ ମୁଣ୍ଡରେ ଅଟକି ଥିଲା । ଗାଡ଼ି ଭିତରେ ଥିବା ୨ଜଣ ଯୁବକ ନିକଟରେ ଚରୁଥିବା ଖିôରିଖିଆ ଗ୍ରାମର ଲକ୍ଷ୍ଣଣ ସେଠୀଙ୍କ ଏକ ଛେଳିକୁ ଉଠାଇ ନେଇ ଡାଲା ଅଟୋରେ ରଖିଥିଲେ । ବନ୍ଧର ଅପର ପାଶ୍ୱର୍ରେ ଥିବା ଲକ୍ଷ୍ଣଣ ଏହା ଦେଖି ପାରି ଗାଁ’ଲୋକଙ୍କୁ ଡାକିବାରେ ଦୁର୍ବୃତ୍ତମାନେ ଡାଲା ଅଟୋକୁ ନେଇ ଦ୍ରୁତ ଗତିରେ ପଳାଇଥିଲେ । ମାତ୍ର ଲକ୍ଷ୍ମଣ ସେହି ବାଟ ଦେଇ ବଳଙ୍ଗା ଯାଉଥିବା ଜଣେ ବାଇକ୍ ଆରୋହୀଙ୍କୁ ଏକଥା କହିବାରେ ବାଇକ୍ ଆରୋହୀ ଜଣକ ଲକ୍ଷ୍ଣଣଙ୍କୁ ବସାଇ ଡାଲା ଅଟୋକୁ ପିଛା କରି ସମରୋଇ ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲେ । ତେବେ ଦୁର୍ବୃତ୍ତମାନେ ପୁନର୍ବାର ଅଟୋକୁ ବୁଲାଇ ବଳଙ୍ଗା ଅଭିମୁଖେ ଆସିଥିଲେ । ଗୋଟିଏ ପଟେ ବାଇକ୍ ଆରୋହୀ ସେମାନଙ୍କୁ ପିଛା କରୁଥିବା ବେଳେ ଅନ୍ୟ ପଟେ ଘଟଣାଟି ପ୍ରଘଟ ହୋଇଯାଇଥିବାରୁ ବହୁ ଲୋକ ରାସ୍ତାରେ ଜଗି ରହିଥିଲେ । ଫଳରେ ଦୁର୍ବୃତ୍ତମାନେ ଆଗକୁ ଯାଇ ନପାରି ଦକ୍ଷିଣ ରାଡସ୍ ଗାଁ ମୁଣ୍ଡରେ ଡାଲା ଅଟୋକୁ କେନାଲ ଭିତରକୁ ପୂରାଇ ଦେଇଥିଲେ । ଏହାପରେ ଗହୀର ବିଲରେ ଖସିଯିବାକୁ ଚେଷ୍ଟା କରିଥିଲେ । ହେଲେ ଲୋକମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ବିଲ ଭିତରେ ମାଡ଼ି ବସିଥିଲେ । ଉଭୟଙ୍କ ମନଇଚ୍ଛା ଛେଚିବା ପରେ ପୁଲିସ ଜିମା ଦେଇଥିଲେ । ଯୁବକଦ୍ୱୟ ହେଲେ ପିପିଲି ଅଞ୍ଚଳର ଲୁରୁଲ ମହମ୍ମଦ (୩୦) ଓ ଅବଦୁଲ ସାଇରୁଦ୍ଧିନ ଖାଁ (୩୨) । ଆଜିର ଘଟଣାରେ ଲକ୍ଷ୍ଣଣ ସେଠୀ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ବୁଧବାର ରାତିରେ ଏହି ଥାନା ଅନ୍ତର୍ଗତ ବାୟାବର ଗ୍ରାମରୁ ଧନେଶ୍ୱର ଖଟୋଇଙ୍କର ୨ଟି ଏବଂ ଦୁର୍ଯ୍ୟୋଧନ ଖଟୋଇଙ୍କ ୧୦ଟି ଛେଳିକୁ ସେମାନଙ୍କ ଗୁହାଳରୁ କେହି ଦୁର୍ବୃତ୍ତ ଚୋରି କରିନେଇଥିବା ନେଇ ଆଜି ଧନେଶ୍ୱର ଏବଂ ଦୁର୍ଯ୍ୟୋଧନଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ବଳଙ୍ଗା ଅଞ୍ଚଳରେ ବାରମ୍ବାର ଛେଳି ଚୋରି ହେଉଥିବାବେଳେ ୪ଜଣ ଅଭିଯୁକ୍ତଙ୍କୁ ବଳଙ୍ଗା ପୁଲିସ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking