ପୁଣି ଶ୍ରୀମନ୍ଦିର ଭିତରର ଭିଡିଓ ଭାଇରାଲ

ପୁରୀ: ଶ୍ରୀ ମନ୍ଦିର ଭିତରୁ ଗତ କିଛିଦିନ ପୂର୍ବରୁ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା । ଆଜି ସକାଳେ ଶ୍ରୀମନ୍ଦିର ଚାହାଣି ମଣ୍ଡପରୁ ଏକ ଫଟୋ ଭାଇରାଲ ହୋଇଥିଲା । ଏବେ ପୁଣି ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତର ଭିଡିଓ । ତେବେ ଏତେ କଡା ସୁରକ୍ଷା ମଧ୍ୟରେ ମନ୍ଦିର ଭିତରକୁ କିପରି ମୋବାଇଲ ଯାଉଛି । ସେନେଇ ପ୍ରଶ୍ନ ଉଠୁଛି ।
ସୂଚନା ଅନୁସାରେ, ଗତ କିଛି ମାସ ତଳେ ଶ୍ରୀମନ୍ଦିର ଆନନ୍ଦ ବଜାର ଓ ସ୍ନାନ ମଣ୍ଡପ ପାଖ ଭିଡିଓ ଓ ଫଟୋ ବି ଭାଇରାଲ ହୋଇଥିଲା । ଶ୍ରୀମନ୍ଦିରର ଚାହାଣି ମଣ୍ଡପରେ ଛିଡ଼ା ହୋଇ ଜଣେ ଯୁବକ ମୋବାଇଲରେ କଥା ହେଉଥିବା ନେଇ ଏକ ଫଟୋ ଆଜି ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏବେ ପୁଣି ଗୁଣ୍ଡିଚା ମନ୍ଦିରର ଭିତର ଫଟୋ ଓ ଭିଡିଓ ଭାଇରାଲ ହେଉଛି । ତେବେ ଆଜି ସକାଳେ ଚାହାଣୀ ମଣ୍ଡପରେ ଛିଡା ହୋଇ ଜଣେ ଯୁବକ ଫୋନରେ କଥା ହେଉଥିବାର ଫଟୋ ଭାଇରାଲ ହୋଇଥିଲା । ତେବେ ଏହି ଯୁବକ ଜଣକ କିଏ? କିପରି ନିଜ ମୋବାଇଲକୁ ଶ୍ରୀ ମନ୍ଦିର ଭିତରକୁ ନେଲେ ଓ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ ତାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ଏହି ଘଟଣା ନଥମୁଣୁ ପଶ୍ଚିମବଙ୍ଗ ବର୍ଦ୍ଧମାନ ଅଞ୍ଚଳର ଜଣେ ଯୁବକଙ୍କ ଫେସବୁକରେ ଗୁଣ୍ଡିଚା ମନ୍ଦିରର ଫଟୋ ଓ ଭିଡିଓ ଭାଇରାଲ ହୋଇଛି । ସେହି ଯୁବକ ଜଣକଙ୍କ ଘର ବର୍ଦ୍ଧମାନ ଅଞ୍ଚଳରେ । ତାଙ୍କ ନାମ ସୋମ ମୋଡାକଙ୍କ ବୋଲି ଜଣାପଡିଛି । ତେବେ ଏହି ଫଟୋ ଓ ଭିଡିଓକୁ ଆଧାର କରି ପୋଲିସ ଯୁବକଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜଣାପଡିଛି ।
https://onakhabar.com/2019/12/21/puri-temple-photo-viral/