28.1 C
Bhubaneswar
Thursday, May 2, 2024
Homeଓଡିଶାରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ : ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପବିତ୍ର ରାଧାଦାମୋଦର ବେଶ ଓ ବାଳଧୂପ ଆରମ୍ଭ ହେଉଅଛି। ପ୍ରତି ବର୍ଷ ଶ୍ରୀଜଗନ୍ନାଥ ମନ୍ଦିରରେ ଆଶ୍ୱିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ପ୍ରତ୍ୟହ ଶ୍ରୀଜୀଉମାନଙ୍କର ପବିତ୍ର ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ପଦ୍ମ ପୁରାଣର ବର୍ଣ୍ଣନା ଅନୁଯାୟୀ, କାର୍ତ୍ତିକ ମାସରେ ଶ୍ରୀ ବିଷ୍ଣୁ ହେଉଛନ୍ତି ‘ଦାମୋଦର ଓ ସ୍କନ୍ଦ ପୁରାଣରେ ଏହି ମାସକୁ ପୁଣ୍ୟ ମାସ ଭାବରେ ବର୍ଣ୍ଣନା କରାଯାଇଛି। ରାଧାଙ୍କ ନାମ ସହିତ ଦାମୋଦରଙ୍କ ଉପାସନା ଉତ୍କଳର ପୁରୁଷୋତ୍ତମ କ୍ଷେତ୍ରରେ ବିଶେଷ ଭାବେ ପ୍ରଚଳିତ। ଏହି ଦିନ ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ନୀତି ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କର ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ଏହି ମନୋରମ ବେଶରେ ଶ୍ରୀଜୀଉ ମାନଙ୍କୁ ବିଭିନ୍ନ ପାଟବସ୍ତ୍ର, ଓ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଇଥାଏ। ଏହି ବେଶରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ପ୍ରଭୁ ଶ୍ରୀ ବଳଭଦ୍ର ତ୍ରିକଛ ପରିଧାନ କରିଥାନ୍ତି। ଦୁଇ ହସ୍ତରେ ସୁବର୍ଣ୍ଣ ନଳୀ ଭୁଜ, ତ୍ରିମୁଣ୍ଡିରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳର ଅଗ୍ରଭାଗରେ ରୂପା ଚନ୍ଦ୍ରିକା, ଦୁଇ କରେ କୁଣ୍ଡଳ, କାଟି ଦେଶରେ ଓଡ଼ିଆଣି, କମରପଟି, କପାଳରେ ତିଳକ, ଚନ୍ଦ୍ର, ସୂର୍ଯ୍ୟ ଏବଂ ରମାନନ୍ଦି ଚିତା ଇତ୍ୟାଦି ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜିଉ ମାନେ ଭୂଷିତ ହୋଇଥାନ୍ତି। ଦେବୀ ସୁଭଦ୍ରା ଓଡ଼ିଆଣୀ, ଚନ୍ଦ୍ର, ସୂର୍ଯ୍ୟ ଓ ମସ୍ତକରେ ତଡଗୀ ଲାଗି ହୋଇଥାନ୍ତି। ଏହାପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ଦୈନଦିନ ନୀତିମାନ ଅନୁଷ୍ଠିତ ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking