37.2 C
Bhubaneswar
Friday, April 19, 2024
Homeଓଡିଶାଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବା ନେଇ ଏସଓପି ଜାରି

ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବା ନେଇ ଏସଓପି ଜାରି

ଭୁବନେଶ୍ୱର : ପୂଜା ଛୁଟି ପରେ ରାଜ୍ୟରେ ଖୋଲିବାକୁ ଯାଉଛି ଅଷ୍ଟମ ଓ ଏକାଦଶ ଶ୍ରେଣୀ । ଅଫଲାଇନ୍ ରେ ପାଠପଢୀବେ ଅଷ୍ଟମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ । ଏନେଇ ଏସଓପି ଜାରି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ପରିଚାଳନା କମିଟି ସହ ଆଲୋଚନା କରାଯିବ । ଏଥିପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ । ସ୍କୁଲ ଖୋଲିବା ପୂର୍ବରୁ କତ୍ତୃପକ୍ଷ ବିପଦସଙ୍କୁଳ ସ୍ପଟ ଚହ୍ନଟ କରିବେ । ସେହିପରି ସ୍କୁଲ ପରିସ୍କାର କରିବା ପାଇଁ ଅଭିଭାବକ ଓ ପଞ୍ଚାୟତତରାଜ ସଦସ୍ୟଙ୍କ ସହଯୋଗ ନିଆଯାଇ ପାରିବ ।

ସମସ୍ତ ଶ୍ରେଣୀ ଗୃହକୁ ସାନିଟାଇଜ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ଶିକ୍ଷକଶିକ୍ଷୟତ୍ରୀ-ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ଏହାସହିତ ଉଭୟ ଶିକ୍ଷକଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ମାସ୍କ ଓ ସାନିଟାଇଜର ରହିବ । ବ୍ଲକ ଶିକ୍ଷା ଅଧିକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking