ଭୁବନେଶ୍ୱର: ଲଣ୍ଡନରେ ଖୁବ ଶୀଘ୍ର ଜଗତନରନାଥ ଜଗନ୍ନାଥଙ୍କ ଭବ୍ୟ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ଗଜପତି ମହାରାଜ ତଥା ଜଗନ୍ନାଥଙ୍କ ଆଦ୍ୟସେବ ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ଉପସ୍ଥିତିରେ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁରୁଷୋତ୍ତମ କ୍ଷେତ୍ର ଚେୟାରମ୍ୟାନଙ୍କ ଉପସ୍ଥିତିରେ ଘୋଷଣା ହୋଇଛି । ଗ୍ଲୋବାଲ ଇଣ୍ଡିଆନ ଇନଭେଷ୍ଟର ତଥା ଫିନେଷ୍ଟ ଗ୍ରୁପ ଅଫ କମ୍ପାନୀର ଚେୟାରମ୍ୟାନ ବିଶ୍ୱନାଥ ପଟ୍ଟନାୟକ, ଫିନେଷ୍ଟ ଗ୍ରୁପ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଅରୁଣ କରଙ୍କ ସାହାର୍ଯ୍ୟରେ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର ପାଇଁ ୨୫୦କୋଟି ଟଙ୍କା ପ୍ରଦାନ କରିଛନ୍ତି ।
ଚଳିତ ମାସ ଏପ୍ରିଲ ୨୩ ତାରିଖ ଦିନ ଏସଜେଏସୟୁକେର ୟୁକେ ନଭନାଟ ସେଣ୍ଟର ଲଣ୍ଡନ ଠାରେ ଅନୁଷ୍ଠିତ ପ୍ରଥମ ଶ୍ରୀଜଗନ୍ନାଥ ସମ୍ମିଳନୀରେ ପୁରୀ ଗଜପତି ମହରାଜ ଦିବ୍ୟସିଂହ ଦେବ,ମହାରାଣୀ ଲୀଳାବତୀ ପଦ୍ମ୍ାବତୀଙ୍କ ଉପସ୍ଥିତିରେ ୟୁକେ ଶ୍ରୀଜଗନ୍ନାଥ ସୋସାଇଟିର ଚେୟାରପରର୍ସନ(ଏସଜେଏସୟୁକେ)ର ଡକ୍ଟର ଶେଷଦେବ ସ୍ୱାଇଁ, ଅରୁଣ କର ଏହା ଘୋଷଣା କରିଥିଲେ । ଜଗନ୍ନାଥଙ୍କ ଉପରେ ଏହି ଅନନ୍ୟ ସମ୍ମିଳନୀ ୟୁରୋପ ଆୟୋଜିତ ହୋଇଥିବା ଓ ଏଥିରେ ୬୦୦ରୁ ଅଧିକ ଭକ୍ତ ପଞ୍ଜୀକୃତ ହୋଇଥିଲେ । ଏହି ସମ୍ବିଳନୀ ବ୍ରିଟେନ୍ ଏବଂ ଆୟର୍ଲାଣ୍ଡ୍ର ଜଗନ୍ନାଥ ଭକ୍ତମାନଙ୍କୁ ଆକର୍ଷିତ କରିଥିଲେ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗଜପତି ମହାରାଜ ଏସଜେଏସୟୁକେରର ଧାର୍ମିକ କାର୍ଯ୍ୟରେ ଅନୁପ୍ରାଣିତ ହେବା ସହିତ ସେ ଜଗନ୍ନାଥଙ୍କ ଉପରେ ତାଙ୍କର ଅଗାଧ ବିଶ୍ୱାସ ରହିଛି ବୋଲି କହିଥିଲେ । ୟୁକେ ଜଗନ୍ନାଥ ସୋସାଇଟିକୁ ୟୁକେରେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ପ୍ରତିଶୃତି ଦେବା ସହିତ ଏହା ଖୁବ ୍ଶିଘ୍ର ବାସ୍ତବତାରେ ରୂପାନ୍ତରିତ ହେବ ବୋଲି କହିଛନ୍ତି ।
ଗଜପତି ମହାରାଜ ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନ ଏବଂ ଦେଶ ବିଦେଶରେ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ବୃଦ୍ଧି ପାଉଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଏକ ବିଶାଳ ସମାବେଶରେ ଯୋଗଦେଇ ସେ କହିଥିଲେ,ପ୍ରଭୁ ଜଗନ୍ନାଥ ସର୍ବଶକ୍ତିମାନ,ସମସ୍ତ ଶକ୍ତିର ଆଧାର ଏବଂ ପୂର୍ବଭାରତ ଓଡିଶା ପୁରୁଷୋତ୍ତମ କ୍ଷେତ୍ରରେ ରହିଛନ୍ତି । ତାଙ୍କ ବିଷୟରେ ଶଙ୍ଖ ପୁରାଣ,ସ୍କନ୍ଧ ପୁରାଣ, ବୃହତ ଭାବରେ ୧୮ଗୋଟି ପୁରାଣରେ ବର୍ଣ୍ଣନା ରହିଛି । ଜଗନ୍ନାଥଙ୍କ ପାରମ୍ପାରିକ ପ୍ରଥା ଏବଂ ପରମ୍ପରା ପ୍ରତିକ୍ଷେତ୍ରରେ ସମାନତାର ବାର୍ତ୍ତା ବହନ କରିଛି । ପୁରୀ ଗଜପତି ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡକ୍ଟର ସ୍ୱାଇଁ ତାଙ୍କର ବିଶ୍ୱାସ ବ୍ୟକ୍ତ କରିବା ସହିତ ଲଣ୍ଡନ ସ୍ଥିତ ଜଗନ୍ନାଥ ମନ୍ଦିର ସମଗ୍ର ୟୁରୋପ ମହାଦେଶରେ ଜଗନ୍ନାଥ ସଂସ୍କୃତିର କେନ୍ଦ୍ର ସ୍ଥଳୀ ପାଲଟିବା ସହିତ ଧାର୍ମିକ ସ୍ଥଳୀ ଭାବରେ ପ୍ରମୁଖ ସ୍ଥାନ ହେବ ବୋଲି କହିଛନ୍ତି ।
ଏହି ମନ୍ଦିର ପୃଥିବୀର କୋଣ ଅନୁକୋଣରୁ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି କହିଛନ୍ତି । ଡକ୍ଟର ସ୍ୱାଇଁ ଲଣ୍ଡନ ସ୍ଥିିତ ଜଗନ୍ନାଥ ମନ୍ଦିରର ପ୍ରମୁଖ ଡୋନର୍ ଭାବରେ ବିଶ୍ୱନାଥ ପଟ୍ଟନାୟକ ଓ ଅରୁଣ କରଙ୍କୁ ଙ୍କୁ ସମ୍ମାନୀତ କରିଥିଲେ । ଏହି ସମାବେଶରେ ବିଶ୍ୱନାଥ ପଟ୍ଟନାୟକ ଜଗନ୍ନାଥ ମନ୍ଦିରନିର୍ମାଣ ପାଇଁ ତାଙ୍କର ଆର୍ଥିକ ସହାୟତା ସମ୍ପର୍କରେ ଉଲ୍ଲେଖ କରିବା ସହିତ ସମସ୍ତ ଭକ୍ତ ଜଗନ୍ନାଥଙ୍କ ଉପରେ ଆସ୍ଥା ଏବଂ ବିଶ୍ୱାସ ରଖି ସ୍ୱପ୍ନର ମନ୍ଦିରକୁ ଯେତେ ଶୀଘ୍ର ନିର୍ମାଣ କରାଯାଇପାରିବ ନିବେଦନ କରିଥିଲେ । ଏହି ଅବସରରେ ଅରୁଣ କର ଯୋଗଦେଇ କହିଥିଲେ ଯେ, ମନ୍ଦିର ନିର୍ମାଣ କରିବାକୁ ଫିନେଷ୍ଟ ଗ୍ରୁପ ୧୫ଏକର ଜମି କ୍ରୟ କରିବା ପାଇଁ ୭୦କୋଟି ଟଙ୍କା ଦେବାକୁ ପ୍ରତିସ୍ମୁତି ଦେଇଛନ୍ତି । ଏକ ଉପଯୁକ୍ତ ଜମି ମନ୍ଦିର ପାଇଁ ଚିହ୍ନଟ ହୋଇଥିବା ବେଳେ କ୍ରୟ କରିବା ପାଇଁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପୂର୍ବ ଯୋଜନା ଦରଖାସ୍ତ ସ୍ଥାନୀୟ ସରକାରୀ କାଉନସିଲରଙ୍କୁ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେବାକୁ ନିବେଦନ କରାଯାଇଛି ।