37.1 C
Bhubaneswar
Friday, May 15, 2026
Homeଓଡିଶାପୁଣି ଘୁରି ବୁଲୁଛି ଶ୍ରୀଜଗନ୍ନାଥ ମନ୍ଦିର ଭିତର ଫଟୋ

ପୁଣି ଘୁରି ବୁଲୁଛି ଶ୍ରୀଜଗନ୍ନାଥ ମନ୍ଦିର ଭିତର ଫଟୋ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ଭିତର ଫଟୋ ରବିବାର ପୁଣି ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଆନନ୍ଦ ବଜାରରେ ବସି ମହାପ୍ରସାଦ ଖାଉଥିବାର ଦୃଶ୍ୟ ସିଦ୍ଧାର୍ଥ ପାଣ୍ଡେ ନିଜ ଇନଷ୍ଟାଗ୍ରାମରେ ପ୍ରଘଟ କରିଛନ୍ତି। ସେଥିରେ ଭୋଗମଣ୍ଡପ ଘର ଏବଂ ଆନନ୍ଦ ବଜାରର ଭିଡିଓ ଦୃଶ୍ୟ ଉତ୍ତୋଳନ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ମୋବାଇଲ ଫୋନ୍‌ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ମନ୍ଦିରର ଚାରୋଟି ପ୍ରବେଶ ଦ୍ବାରରେ ସୁରକ୍ଷା କର୍ମୀମାନେ ଯାଞ୍ଚ କରୁନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି। ରାତି ସୁଦ୍ଧା ଏ ବିଷୟରେ ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ବାର ଥାନାରେ ଅଭିଯୋଗ କରାଯାଇ ନାହିଁ। ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking