28.1 C
Bhubaneswar
Thursday, May 2, 2024
Homeଓଡିଶାବର୍ଷାକୁ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ବର୍ଷାକୁ ନେଇ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର : ରାଜ୍ୟରେ ବର୍ଷାକୁ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି । ୧୦ ଯାଏଁ ସ୍ୱଳ୍ପ ବର୍ଷା , ବଜ୍ରପାତ ନେଇ ଆଲର୍ଟ ରହିବାକୁ ପରାମର୍ଶ । ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ଘୂର୍ଣ୍ଣିଝଡର ସମ୍ଭାବନା ରହିଛି । ସ୍ଥିତି ଉପରେ ନଜର ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି । ଆବଶ୍ୟକ ପଦକ୍ଷେପ ନେବା ସହ ଘନ କୁହୁଡି ପ୍ରତି ସତର୍କ କରିବାକୁ ନିର୍ଦ୍ଦେଶ ହୋଇଛି । ଘନ କୁହୁଡି ପଡିଥିଲେ ହାଇୱେରେ ଗାଡି ଚଳାଚଳ ପ୍ରତି ଦୃଷ୍ଟି ଦେବା ସହ ପୋଲିସ ଓ ପରିବହନ ଅଧିକାରୀଙ୍କ ସହାୟତାରେ ଗାଡି ନିୟନ୍ତଣ କରିବାକୁ ମଧ୍ୟନିର୍ଦ୍ଦେଶ ହୋଇଛି । ଏହା ସହିତ ବର୍ଷା ତଥା କୁହୁଡି ଜନିତ ଅଘଟଣ ଘଟିଲେ ତ୍ୱରିତ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ କରାଯାଇଛି ।
ଘୂର୍ଣ୍ଣିବଳୟ ପ୍ରଭାବରେ ଅଦିନିଆ ବର୍ଷା ଲାଗି ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ଝିପ ଝିପ ବର୍ଷା । ଆସନ୍ତା ୭୨ ଘଣ୍ଟା ଯାଏଁ ଲାଗି ରହିବ ବର୍ଷା । ଏହା ସହ କିଛି ଅଞ୍ଚଳରେ ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି । ୯ ଯାଏଁ ମଧ୍ୟମ ଧରଣର ବର୍ଷା ହେବ । ୧୦ରୁ ପାଗରେ ପରିବର୍ତ୍ତନ ଆସିବ ଏବଂ ପାଗ ଶୁଖିଲା ରହିବ । ୧୦ ପରେ ରାତିର ତାପମାତ୍ରା ୩ରୁ ୫ଡିଗ୍ରି ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

https://onakhabar.com/2020/02/07/weather-35/
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking