29.1 C
Bhubaneswar
Sunday, May 19, 2024
Homeଓଡିଶାନୂତନ ଓଡିଶା ସଶକ୍ତି କରଣରେ ମହିଳା ମାନଙ୍କର ବଡ ଭୂମିକା : ମୁଖ୍ୟମନ୍ତ୍ରୀ

ନୂତନ ଓଡିଶା ସଶକ୍ତି କରଣରେ ମହିଳା ମାନଙ୍କର ବଡ ଭୂମିକା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ମହିଳା ଆୟୋଗର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ମାନ୍ୟବର ମୁଖ୍ୟ ମନ୍ତ୍ରୀ ଯୋଗ ଦେଇ କହିଛନ୍ତି କୈାଣସି ଘର, ସମାଜ କିମ୍ବା କୈାଣସି ଦେଶ ମହିଳା ମାନଙ୍କୁ ସଶକ୍ତ ନ କରି ଆଗକୁ ବଢି ନାହାନ୍ତି । ଆମର ପ୍ରମୁଖ ପଦକ୍ଷେପ ହେଉଛି ଝିଅ ଓ ମହିଳା ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାଧୀନ ଏବଂ ସଶକ୍ତ କରିବା । ମିଶନ୍ ଶକ୍ତି ଫ୍ଲାଗସିପ୍ ପ୍ରୋଗ୍ରାମ ମଧ୍ୟରୁ ଗୋଟିଏ । ରାଜ୍ୟରେ ୭୦ ଲକ୍ଷ ମହିଳା ଏଥିରେ ଅନ୍ତର୍ଭୁକ୍ତ ରହିଛନ୍ତି । ସମଗ୍ର ରାଜ୍ୟରେ ଘଟୁଥିବା ପରିବର୍ତ୍ତନର ମୁଖ୍ୟ ଅଟେ ମିଶନ ଶକ୍ତି । ତେବେ ସବୁଠୁ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ହେଉଛି ଓ ଗଣତାନ୍ତ୍ରିକ ଅନୁଷ୍ଠାନ ରେ ମହିଳାଙ୍କ ପ୍ରତିନିଧିତ୍ୱ –ତୃଣମୂଳ ସ୍ତରରୁ ଆରମ୍ଭ କରି ଆସମ୍ବେଲି ଏବଂ ସଂସଦ ପର୍ଯ୍ୟନ୍ତ । ପଞ୍ଚାୟତରେ ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସିଟ ସଂରକ୍ଷଣ ରହିଛି ।ନିକଟରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ୫୫ ପ୍ରତିଶତ ରୁ ଅଧିକ ମହିଳା ନିର୍ବାଚିତ ହୋଇଛନ୍ତି ।୩୦ ଟି ଜିଲ୍ଲା ସଭାପତିଙ୍କ ମଧ୍ୟରୁ ୨୧ ଜଣ ମହିଳା ଅଟନ୍ତି । ମମତା ଯୋଜନା ଗର୍ଭବତୀ ମହିଳା ମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥାଏ । ସୁଦର୍ଶନ ଯୋଜନା ଝିଅ ମାନଙ୍କୁ ଗୁଣାତ୍ମକ ବୈଷୟିକ ଶିକ୍ଷା ପ୍ରଦାନ କରେ । ନୂତନ ଓଡିଶାର ରୂପାନ୍ତରିତ କାହାଣୀରେ ମହିଳା ମାନେ ବଡ ଭୂମିକା ଗ୍ରହଣ କରନ୍ତି । ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ଦିନ ଧରି ମହିଳା ପ୍ରସଙ୍ଗରେ ବିଶେଷଜ୍ଞ ମାନେ ବିଚାର ବିମର୍ଶ କରିବେ ଏବଂ କାର୍ଯ୍ୟକ୍ଷମ ସମାଧାନ ଏବଂ ଅନୁସନ୍ଧାନ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking