32.1 C
Bhubaneswar
Monday, May 20, 2024
Homeଅପରାଧଜନ୍ମଦାତ୍ରୀ ସାଜିଲା ହତ୍ୟାକାରୀ

ଜନ୍ମଦାତ୍ରୀ ସାଜିଲା ହତ୍ୟାକାରୀ

ମୁମ୍ବାଇ : ମହାରାଷ୍ଟ୍ରରୁ ଆସିଛି ଏକ ଛାତିଥରା ଘଟଣା । ଏଠାରେ ଏକ ଗାଁରେ ଜଣେ ମହିଳା ନିଜ ପୁଅ- ଝିଅଙ୍କୁ ଅତି ବିଭତ୍ସ ଭାବେ ତଣ୍ଟି ଚିପି ହତ୍ୟା କରିଛନ୍ତି । ପୁଅ ୨ ବର୍ଷର ଥିବା ବେଳେ ଝିଅ ୪ ମାସର ବୋଲି ଜଣାପଡ଼ିଛି । ଖବର ରହିଛି ଯେ ପିଲା ଦୁଇଜଣ କାନ୍ଦିବାରୁ ଏଥିରେ ବିରକ୍ତ ହୋଇ ମା’ ଏଭଳି କାଣ୍ଡ ଘଟାଇଛି । ତେବେ ସବୁଠୁ ଆଶ୍ଚର୍ଯ୍ୟ ଏବଂ ହୃଦୟବିଦାରକ କଥା ହେଉଛି, ମହିଳା ଜଣକ ନିଜ ପୁଅ-ଝିଅଙ୍କ ମୃତଦେହକୁ ପାଖ ବିଲକୁ ନେଇ ସେଠାରେ ନିଆଁ ଲଗାଇ ପୋଡ଼ି ଦେଇଥିଲେ । ତେବେ ଘଟଣାଟି ଗତ ମେ’ ୩୧ର ବୋଲି ପୋଲିସ କହିଛି ।

ସ୍ଥାନୀୟ ପୋଲିସର କହିବା ଅନୁସାରେ, ଅଭିଯୁକ୍ତା ମହିଳାଙ୍କୁ ଗିରଫ କରାଯାଇଛି । ପ୍ରମାଣ ନଷ୍ଟ କରିବାରେ ଅର୍ଥାତ୍ ମୃତଦେହ ଦ୍ୱୟକୁ ଜାଳିବାରେ ସାହାଯ୍ୟ କରିଥିବା ସମ୍ପୃକ୍ତ ମହିଳାଙ୍କ ମା’ ଓ ଭାଇଙ୍କୁ ମଧ୍ୟ ଗିରଫ କରାଯାଇଛି । ପୋଲିସ କହିଛି ଯେ ୪ ମାସର ଝିଅ ହଠାତ୍ କାନ୍ଦିବାରୁ ମହିଳା ତା’ର ତଣ୍ଟି ଚିପି ହତ୍ୟା କରିଥିଲେ । ପରଦିନ ୨ ବର୍ଷର ପୁଅ ଖାଇବା ପାଇଁ କାନ୍ଦିବାରୁ ସେ ତାକୁ ମଧ୍ୟ ହତ୍ୟା କରିଥିଲେ । ଅଭିଯୁକ୍ତା ମହିଳା ନିଜ ମା’ ଓ ଭାଇ ସହ ମିଶି ପିଲା ଦୁହିଁଙ୍କ ମୃତଦେହକୁ ଜାଳି ଦେଇଥିଲେ । ତେବେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking