ନୂଆଦିଲ୍ଲୀ: ଭାରତରେ ଇଲେକ୍ଟ୍ରିକ୍ ଗାଡିର ଡିମାଣ୍ଡ ଗତ କିଛି ବର୍ଷରେ ବଢିବାରେ ଲାଗିଛି । ଆଗାମୀ ସମୟରେ ମାର୍କେଟରେ ଅଧିକ ଇଭି ଗଡୁଥିବାର ଦେଖିବାକୁ ମିଳିବ । ଏବେ Corrit Electric ନାମକ ଏକ ଷ୍ଟାର୍ଟ-ଅପ୍ Hover Electric Scooter ନାମକ ଏକ ଇଭି ମାର୍କେଟକୁ ଆଣିଛି । ଏହା ଦେଖିବାକୁ ଭିନ୍ନ ପ୍ରକାରର ହୋଇଛି । ଏହି ଇଭି ସ୍କୁଲ-କଲେଜର ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ୍ କରି ପ୍ରସ୍ତୁତ କରାଯାଇଛି । ଏହାକୁ ଚଳାଇବା ପାଇଁ କୌଣସି ଲାଇସେନ୍ସର ଆବଶ୍ୟକତା ପଡିବନି । ଏଥିରେ ଅନେକ ଫ୍ରେମ୍ ରହିଛି ଏବଂ ମୋଟା ଟାୟାର୍ସ ରହିଛି ଯାହାକି ଏହାକୁ ସୁନ୍ଦର ଲୁକ୍ ପ୍ରଦାନ କରୁଛି ।
ହୋଭର ଇଲେକ୍ଟ୍ରିକ୍ ସ୍କୁଟରର ଟପ୍ ସ୍ପିଡ୍ ୨୫ କି.ମି ପ୍ରତି ଘଣ୍ଟା ରହିଛି । ଏହି କାରଣରୁ ଏହାକୁ ଚଳାଇବା ପାଇଁ ଲାଇସେନ୍ସର ଆବଶ୍ୟକତା ନାହିଁ । ଏହାକୁ ୧୨-୧୮ ବର୍ଷ ବୟସ୍କ ଛାତ୍ରଛାତ୍ରୀଙ୍କୁ ନଜରରେ ରଖି ଡିଜାଇନ୍ କରାଯାଇଛି । ଏଥିରେ ଏକ ଲିଥିୟମ୍ ଆୟନ ବ୍ୟାଟେରୀ ରହିଛି ଯାହା ଫୁଲ୍ ଚାର୍ଜରେ ୧୧୦ କି.ମି ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ । ଶୂନ୍ୟରୁ ୨୫ କମି ପ୍ରତି ଘଣ୍ଟା ସ୍ପିଡ୍ ଯିବା ପାଇଁ ଏହି ଗାଡି ମାତ୍ର ୩ ସେକେଣ୍ଡ ସମୟ ନେଇଥାଏ ।
କମ୍ପାନୀର ସୂଚନା ଅନୁସାରେ ଏହାକୁ ସ୍ମାର୍ଟଫୋନ୍ ସହ କନେକ୍ଟ କରିହେବ । ଆରାମଦାୟକ ଯାତ୍ରା ପାଇଁ ଏଥିରେ ଫ୍ରଣ୍ଟରେ ଟେଲିସ୍କୋପିକ୍ ଫୋକର୍ସ ଏବଂ ରିୟରରେ ସ୍ପ୍ରିଙ୍ଗ ସସପେନସନ୍ ଦିଆଯାଇଛି । ବ୍ରେକିଂ କଥା କହିବା ତ ଏହାର ଆଗରେ ୨୦୦ ମିମି ଏବଂ ପଛରେ ୧୮୦ ମିମିର ଡିସ୍କ ବ୍ରେକ୍ ଦିଆଯାଇଛି । ଏହି ଗାଡିର ଦାମ୍ ୮୪,୯୯୯ ଟଙ୍କା ରଖାଯାଇଛି ଏବଂ ଗ୍ରାହକ ଏହାକୁ ୧୫ ହଜାର ଟଙ୍କା ଟୋକନ ରାଶିରେ ବୁକ୍ କରିପାରିବେ ।