29.1 C
Bhubaneswar
Sunday, May 12, 2024
Homeବଲିଉଡଖୁବ୍ବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଏବଂ...

ଖୁବ୍ବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା

ମୁମ୍ୱାଇ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ବିଜୟ ଦେବରାକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଏହି ଖବର ପାଇବା ପରେ ଉଭୟଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି । ଦୀର୍ଘ ଦିନ ହେଲା ସେମାନଙ୍କ ଭିତରେ ଥିବା ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇ ଆସୁଥିଲା । ଏବେ ଏହା ସତ୍ୟ ହେବାକୁ ଯାଉଛି । ଏବେ ସେମାନଙ୍କ ବିବାହ ବିଷୟରେ ସୋସିଆଲ ମିଡିଆରେ ପୁଣିଥରେ ଆଲୋଚନା ହେଉଛି । ଖବର ହେଉଛି ଯେ ସେମାନଙ୍କ ନିର୍ବନ୍ଧ ତାରିଖ ମଧ୍ୟ ସ୍ଥିର କରାଯାଇଛି । ଫିଲ୍ମ ‘ଗୀତା ଗୋବିନ୍ଦମ୍‌’ର ସୁଟିଂ ସମୟରେ ବିଜୟ ଏବଂ ରଶ୍ମିକା ପରସ୍ପରର ନିକଟତର ହୋଇଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା । ଏହି ଯୋଡ଼ିକୁ ଦର୍ଶକ ବି ବହୁତ ପସନ୍ଦ କଲେ । ଯାହା ପରେ ଉଭୟ ‘ଡିୟର କମରେଡ୍‌’ ରେ ନଜର ଆସିଲେ । ଏହି ଫିଲ୍ମଟି ଦର୍ଶକଙ୍କ ହୃଦୟ ଜିତିଥିଲା । ପରେ ସେମାନଙ୍କ ସମ୍ପର୍କକୁ ଆହୁରି ଦୃଢ କରିଦେଇଥିଲା । ବିଜୟ ଦେବରାକୋଣ୍ଡାଙ୍କ ଘରେ ଆୟୋଜିତ ହେଉଥିବା ପ୍ରତ୍ୟେକ ଉତ୍ସବରେ ରଶ୍ମିକା ସାମିଲ ହୋଇଥାନ୍ତି । ଏମିତିକି ଉଭୟ ମଧ୍ୟ ଏକାଠି ଛୁଟିକାଟିବାକୁ ବାହାରକୁ ଯାଇଥାନ୍ତି । ଏବେ ଶୁଣିବାକୁ ମିଳୁଛି ଯେ ବିଜୟ-ରଶ୍ମିକା ବିବାହ କରିବାକୁ ଯାଉଛନ୍ତି । ଉଭୟ ମଧ୍ୟ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ, ଯାହା ସୂଚାଉଛି ଯେ ଉଭୟ ପରିବାର ଏହି ସମ୍ପର୍କକୁ ରାଜି ହୋଇଛନ୍ତି । ଗଣମାଧ୍ୟମର ରିପୋର୍ଟରେ ଏକ ସୂତ୍ରରୁ ପ୍ରକାଶ ଯେ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଏହି ଦୁହେଁ ନିର୍ବନ୍ଧ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking