27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶସୌମ୍ୟା ବିଶ୍ୱନାଥନ୍ ହତ୍ୟାକାରୀଙ୍କ ଦଣ୍ଡାଦେଶ ଆଜି

ସୌମ୍ୟା ବିଶ୍ୱନାଥନ୍ ହତ୍ୟାକାରୀଙ୍କ ଦଣ୍ଡାଦେଶ ଆଜି

ନୂଆଦିଲ୍ଲୀ: ଟିଭି ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ୍‌ଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ଆସନ୍ତାକାଲି ଦଣ୍ଡାଦେଶ କରାଯିବ । ଶୁକ୍ରବାର ଦଣ୍ଡାଦେଶ ଉପରେ ଯୁକ୍ତି ଉପସ୍ଥାପନ ଶେଷ ହେବାପରେ ଅତିରିକ୍ତ ସେସନ୍ସ ଜଜ୍ ଡ. ରବୀନ୍ଦ୍ର କୁମାର ପାଣ୍ଡେ ଦଣ୍ଡାଦେଶ ଉପରେ ରାୟ ସଂରକ୍ଷିତ ରଖିଛନ୍ତି । ଗତ ନଭେମ୍ବର ୭ ତାରିଖରେ ଦୋଷୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠର ଯାଞ୍ଚ ଶେଷ ହୋଇନଥିବା ଦର୍ଶାଇ କୋର୍ଟ ମାମଲାର ଶୁଣାଣିକୁ ସ୍ଥଗିତ ରଖିଥିଲେ । ତେବେ ବିଚାରପତି ପ୍ରୋବେଶନାରୀ ଅଫିସରଙ୍କ ଦ୍ୱାରା ଦାଖଲ କରାଯାଇଥିବା ପ୍ରି-ସେଣ୍ଟେନ୍ସ ରିପୋର୍ଟକୁ ରେକର୍ଡକୁ ନେଇଥିଲେ । ବିଚାରପତି ଡ. ପାଣ୍ଡେ ଅକ୍ଟୋବର ୧୮ରେ ରବି କପୁର, ଅମିତ ଶୁକ୍ଳା, ବଲଜିତ ମଲିକ ଏବଂ ଅଜୟ କୁମାରଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୨ (ହତ୍ୟା) ଏବଂ ମହାରାଷ୍ଟ୍ର ସଙ୍ଗଠିତ ଅପରାଧ ନିୟନ୍ତ୍ରଣ ଆଇନ (ମକୋକା) ଅନୁୟାୟୀ ଦୋଷୀ ସାବ୍ୟସ୍ତ କରିଥିଲେ । ଏକ ପ୍ରମୁଖ ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍‌ରେ କାମ କରୁଥିବା ସୌମ୍ୟା ୨୦୦୮ ସେପ୍ଟେମ୍ବର ୩୦ ତାରିଖ ସକାଳେ ଅଫିସ୍‌ରୁ ଘରକୁ ଫେରୁଥିବା ବେଳେ ଦକ୍ଷିଣ ଦିଲ୍ଲୀର ନେଲ୍‌ସନ୍ ମଣ୍ଡେଲା ମାର୍ଗରେ ତାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking