29.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶକାତାର୍‌ରେ ବନ୍ଦୀ ପୂର୍ବତନ ନୌସୈନିକଙ୍କୁ ଆଶ୍ୱସ୍ତି; ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଭାରତର ଅପିଲ୍ ସ୍ୱୀକୃତ

କାତାର୍‌ରେ ବନ୍ଦୀ ପୂର୍ବତନ ନୌସୈନିକଙ୍କୁ ଆଶ୍ୱସ୍ତି; ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଭାରତର ଅପିଲ୍ ସ୍ୱୀକୃତ

ନୂଆଦିଲ୍ଲୀ: କାତାର୍ ଜେଲ୍‌ରେ ବନ୍ଦୀ ଭାରତର ଆଠଜଣ ପୂର୍ବତନ ନୌସୈନିକଙ୍କୁ ନେଇ ଏକ ଆଶ୍ୱସ୍ତିକର ଖବର ମିଳିିଛି । ରିପୋର୍ଟ ଅନୁସାରେ ଭାରତୀୟ ନୌସେନାର ପୂର୍ବତନ ଅଧିକାରୀଙ୍କୁ ମିଳିଥିବା ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ଭାରତ ଅପିଲ୍ ସ୍ୱୀକୃତ ହୋଇଛି । ନିକଟରେ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଥିଲେ, ଜେଲ୍‌ରେ ଥିବା ଭାରତୀୟଙ୍କ ପାଇଁ କନ୍‌ସୁଲ୍ ଆକ୍ସେସ୍ ମିଳିଛି । ସେହିପରି ଭାରତ ପକ୍ଷରୁ କାତାର୍‌ରେ ବନ୍ଦୀ ଅଧିକାରୀଙ୍କୁ ସମସ୍ତ ପ୍ରକାର ଆଇନଗତ ଏବଂ କନ୍‌ସୁଲର୍ ସମର୍ଥନ ଜାରୀ ରହିବ । ଗତ ମାସରେ କାତାର୍‌ର ଏକ କୋର୍ଟ ଆଠଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା । ସେମାନେ ଏକବର୍ଷ ଧରି ଜେଲ୍‌ରେ ଥିଲେ । କୋର୍ଟ ଦ୍ୱାରା ମୃତ୍ୟୁ ଦଣ୍ଡାଦେଶ ଘୋଷଣା ପରେ ଭାରତ ସରକାର ଚିନ୍ତାବ୍ୟକ୍ତ କରିବା ସହିତ ନିଜ ନାଗରିକଙ୍କ ମୁକ୍ତି ପାଇଁ ସମସ୍ତ ଉପଲବ୍ଧ ଆଇନ ବିକଳ୍ପ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking