29.1 C
Bhubaneswar
Saturday, July 27, 2024
Homeଓଡିଶାସମ୍ପାଦକ ପଦ ଛାଡିଲେ ସୌମ୍ୟ

ସମ୍ପାଦକ ପଦ ଛାଡିଲେ ସୌମ୍ୟ

ଭୁବନେଶ୍ୱର: ସମ୍ବାଦକର ସମ୍ପାଦକ ପଦ ଛାଡିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଲୋନ୍ ଠକେଇ ଅଭିଯୋଗ ପରେ ବଢ଼ିଥିଲା ସୌମ୍ୟଙ୍କ ପାଇଁ ଅଡୁଆ । ଇଓଡବ୍ଲ୍ୟୁରେ ମାମଲା ରୁଜୁ ପରେ ଜାରି ରହିଛି ତନାଘନା । ଏହି ମାମଲାରେ ଅନେକଙ୍କ ପଚରାଉଚରା ମଧ୍ୟ ଜାରି ରହିଛି । ଲୋନ ଠକେଇ ମାମଲାରେ ଏଯାଏଁ ଚୁପ ରହିଛନ୍ତି ସୌମ୍ୟ । ଦୀର୍ଘ ବର୍ଷ ଧରି ସମ୍ପାଦକ ଭାବରେ ଦାୟିତ୍ୱ ତୁଲାଇ ଆସୁଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଯାହାକି ଏବେ ସୌମ୍ୟଙ୍କ ସମ୍ପାଦକ ପଦ ଛାଡିବାର ସମକୁ ନେଇ ଚର୍ଚ୍ଚା ହେଉଛି । ତେବେ କର୍ମଚାରୀଙ୍କ ନାଁରେ ଲୋନ ଠକେଇ ମାମଲାରେ ଛନ୍ଦି ହେବା ପରେ ପରେ ସୌମ୍ୟଙ୍କର ଅଚାନକ ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା ହେଉଛି । ଜନବିରୋଧୀ କହି ସୌମ୍ୟଙ୍କୁ ବହିସ୍କାର କରିଛି ବିଜେଡି । କ୍ରାଇମବ୍ରାଞ୍ଚ ଏବଂ ଇଓଡବ୍ଲୁ ର କିଛି ପୂର୍ବତନ କର୍ମଚାରୀ ଲୋନ ଠକେଇ ନେଇ ଅଭିଯୋଗ କରିବା ପରେ ମାମଲା ରୁଜୁ ହେବା ସହିତ ତନାଘାନା ବି ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking