27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶପ୍ରାର୍ଥନା ଚାଲିଥିବାବେଳେ ଖସିପଡିଲା ଛାତ, ଘଟଣାରେ ୭ମୃତ

ପ୍ରାର୍ଥନା ଚାଲିଥିବାବେଳେ ଖସିପଡିଲା ଛାତ, ଘଟଣାରେ ୭ମୃତ

ନୂଆଦିଲ୍ଲୀ: ମୃତ୍ୟୁ ଏମିତି ବି ଆସେ କେହି କେବେ କଳ୍ପନା ବି କରିନଥିବେ । ସବୁକିଛି ସ୍ୱାଭାବିକ ଥିଲା । ଚର୍ଚ୍ଚରେ ପ୍ରାର୍ଥନା ଚାଲିଥିଲା । ଆଉ ଏତିକି ବେଳେ ହଠାତ୍ ଖସିପଡିଲା ଚର୍ଚ୍ଚର ଛାତ । ଆଉ ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି । ଏଭଳି ଏକ ଦୁଃଖଦ ଖବର ମେକ୍ସିକୋରୁ ସାମ୍ନାକୁ ଆସିଛି । ଚର୍ଚ୍ଚରେ ପ୍ରାର୍ଥନା କରୁଥିବା ବେଳେ ଖସିପଡିଲା ଛାତ । ଘଟଣାରେ ୭ ଜଣ ମରିଥିବା ବେଳେ ୩୦ ଜଣ ଫସିଥିବା ଆଶଙ୍କା କରାଯାଉଛି । ଉତ୍ତର ମେକ୍ସିକୋର ତମୁଲିପାସ ଷ୍ଟେଟ କହିଛି କି, ଚର୍ଚ୍ଚରେ ପ୍ରାର୍ଥନା ସମୟରେ ପାଖାପାଖି ୧୦୦ ଲୋକ ଥିଲେ । ଏହି ଘଟଣାରେ ମେକ୍ସିକାନ କାଉନସିଲ ଅଫ ବିଶପ୍ସ ବୟାନ ଜାରି କରି କହିଛନ୍ତି, ଦୁର୍ଘଟଣାରେ ପୀଡିତ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । ଚର୍ଚ୍ଚ ଛାତ ଖସିପଡିବା ବେଳେ ପାଖରେ ଥିବା ଦୋକାନରେ ଅନେକ ଲୋକ ଖାଉଥିଲେ । ଆଉ ଦୁର୍ଘଟଣା ପରେ ଏମାନେ ଫଶିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ । ପରେ ଘଟଣା ସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚି ଲୋକମାନଙ୍କୁ ଧନ୍ୟବାଦ ଜଣାଇଥିଲା । ତମୁଲିପାସ ଷ୍ଟେଟ ପୋଲିସ କହିଛି କି, ନ୍ୟାସନାଲ ଗାର୍ଡ, ଷ୍ଟେଟ ପୋଲିସ, ରାଜ୍ୟ ନାଗରିକ ସୁରକ୍ଷା କାର‌୍ୟ୍ୟାଳୟ ଏବଂ ରେଡ କ୍ରସର ୟୁନିଟ ପୀଡିତଙ୍କୁ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ରହିଥିଲା । ତେବେ ଚର୍ଚ୍ଚର ଛାତ କଂକ୍ରିଟ ବହୁତ ପୁରୁଣା ହୋଇଯାଇଥିଲା । ଅଧିକାଂଶ ଛାତ ଢଳି ରହିଥିଲା । ଫଳରେ ଏତେ ବଡ ଦୁର୍ଘଟଣା ଘଟିଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking