27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଜିପିଏସ ପାଇଁ ଗଲା ଡାକ୍ତରଙ୍କ ଜୀବନ

ଜିପିଏସ ପାଇଁ ଗଲା ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: କୌଣସି ଏକ ଅଜଣା ସ୍ଥାନ ଯିବାକୁ ହେଲେ ଏବେ ଆମେ ଗୁଗୁଲ ମ୍ୟାପ ବ୍ୟବହାର କରିଥାଉ । କିଏ ଏହା ବେଳେ ଆମକୁ ରଙ୍ଗ ୱେ ଦେଖାଇଥାଏ । କାରଣ ଜିପିଏସ ଭୁଲ ଲୋକେସନ ଦେଖାଇଥାଏ । ଆଉ ଜିପିଏସ୍ ଦର୍ଶାଉଥିବା ରାସ୍ତାରେ ଯାଇ ଆମେ ଭୁଲ ସ୍ଥାନରେ ପହଂଚିଯାଇଥାଉ । ଯାହାର ଅନୁଭୂତି ବି ଆମ ସମସ୍ତଙ୍କର ଅଛି । କିନ୍ତୁ ଭୁଲ ଜିପିଏସ ଯେ ଜୀବନ ନେଇଯିବ ତାହା କଳ୍ପନା ବାହାରେ । ଏଭଳି ଏକ ଦୁର୍ଘଟଣା ଘଟିଛି କେରଳରେ । ଜିପିଏସର ଭୁଲ ମାର୍ଗଦର୍ଶିକା ଯୋଗୁ ଦୁଇ ଜଣ ଯୁବ ଡାକ୍ତରଙ୍କର ଜୀବନ ଚାଲିଯାଇଛି । ସପିଂ କରିବା ପରେ ରବିବାର ରାତିରେ ୫ ଜଣ ଡାକ୍ତର ଏକ କାରରେ ଘରକୁ ଫେରୁଥିଲେ । ରାତି ପ୍ରାୟ ସାଢେ ୧୨ଟା ସମୟ । ଅନ୍ଧାର ଥିବା ବେଳେ ବର୍ଷା ଯୋଗୁ ରାସ୍ତାରେ ପାଣି ଜମିଯାଇଥିଲା । ସେମାନେ ଜିପିଏସ ଅନ କରି ଜିପିଏସ ଦର୍ଶାଉଥିବା ରାସ୍ତାରେ ଗାଡି ଚଳାଇଥିଲେ । କିଛି ବାଟ ଯିବା ପରେ କାର ରାସ୍ତା ପରିବର୍ତ୍ତେ ନଦୀରେ ପଡିଯାଇଥିଲା । କାର ଭିତରେ ଥିବା ୫ ଜଣ ଡାକ୍ତରଙ୍କ ମଧ୍ୟରୁ ୩ ଜଣ ବାହାରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ଡାକ୍ତର ଅଦ୍ଭିତ ଏବଂ ଆଜମଲ ଅସିଫ୍ କାର ଭିତରୁ ବାହାରି ପାରିନଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । କେରଳ ଏର୍ଣ୍ଣାକୁଲମ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking