ନୂଆଦିଲ୍ଲୀ: ହଟ ଅଭିନେତ୍ରୀ ଭାବେ ପରିଚିତ ସୋନାଲି ସେହଗିଲଙ୍କର ଆଜି ହେଉଛି ବିବାହ। `ପ୍ୟାର କା ପଞ୍ଚନାମା’ ଫେମ ସୋନାଲି ସେହଗଲଙ୍କ ପର୍ସନାଲ ଲାଇଫକୁ ନେଇ ଆଜି ଏକ ବଡ଼ ଖବର ଆସିଛି। ଖବର ଅନୁଯାୟୀ ସୋନାଲି ତାଙ୍କ ଦୀର୍ଘ ସମୟର ବୟଫ୍ରେଣ୍ଡ ଆଶିଷ ସଜନାନୀଙ୍କୁ ଆଜି ବିବାହ କରିବେ। ସୋନାଲି ଏବଂ ଆଶିଷ ଗତ ୬ବର୍ଷ ଧରି ରିଲେଶନସିପରେ ଅଛନ୍ତି। ହେଲେ ଉଭୟ ନିଜ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ କିଛି ଶେୟାର କରି ନାହାନ୍ତି।
ରିପୋର୍ଟ ଅନୁଯାୟୀ, ସୋନାଲି ସେହଗଲ ଖୁବଶୀଘ୍ର ତାଙ୍କର ନୂତନ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ସୋନାଲି ଆଶିଷଙ୍କୁ ଦୀର୍ଘ ଦିନ ଧରି ଡେଟ କରୁଥିଲେ। ଆଶିଷ ଜଣେ ବ୍ୟବସାୟୀ, ତାଙ୍କର ବହୁତ ହୋଟେଲ ଅଛି। ଦୀର୍ଘ ସମୟ ଧରି ଡେଟିଂ କରିବାପରେ ଦୁହେଁ ନିଜ ସମ୍ପର୍କକୁ ଆଗକୁ ନେବାକୁ ଚିନ୍ତା କରିଛନ୍ତି। ଆଜି ଉଭୟ ସାତଫେରା ନେବେ। ସୋନାଲିଙ୍କ ବିବାହରେ କେବଳ ତାଙ୍କ ଫ୍ୟାମିଲି ରିଲେଟିଭ ସାମିଲ ହେବେ।
ସୋନାଲି ୧୨ ବର୍ଷ ହେଲା ବଲିଉଡ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଅଛନ୍ତି। କିନ୍ତୁ ଏତେ ଦିନ ହେଲା କାମ କରିବା ସତ୍ତ୍ବେ ତାଙ୍କୁ ସେଭଳି ସଫଳତା ମିଳିନି। ୨୦୧୧ ମସିହାରୁ ସେ ତାଙ୍କ କ୍ୟାରିୟର ଆରମ୍ଭ `ପ୍ୟାର କା ପଞ୍ଚନାମା’ରୁ କରିଥିଲେ। ଏହାପରେ ବହୁତ ଗୁଡିଏ ବଲିଉଡ ମୁଭିରେ ନଜର ଆସିଥିଲେ। `ଓ୍ବେଡିଂ ପୁଲାଉ’, `ପ୍ୟାର କା ପଞ୍ଚନାମା -୨’, `ଜୟ ମମ୍ମି ଦି’ ଭଳି ମୁଭିରେ ଲିଡ ରୋଲରେ ନଜର ଆସିଥିଲେ। ସୋନାଲିଙ୍କ ଓ୍ବାର୍କ ଫ୍ରଣ୍ଟ କଥା କହିବାକୁ ଗଲେ ସୋନାଲି ଖୁବଶୀଘ୍ର `ନୁରାନି ଚେହେରା’ରେ ନଜର ଆସିବେ। ଏଥିରେ ନଓ୍ବାଜୁଦ୍ଦିନ ସିଦ୍ଦିକ ଏବଂ ନୂପୁର ସାନନ ମୁଖ୍ୟ ଭୂମିକାରେ ନଜର ଆସିବେ।