29.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗପ୍ରେମିକାର ଇଚ୍ଛା ପୂରଣ କରିବାକୁ ଯାଇ ଯୁବକ ବନିଲା ‘ସାଇବର ଚୋର’

ପ୍ରେମିକାର ଇଚ୍ଛା ପୂରଣ କରିବାକୁ ଯାଇ ଯୁବକ ବନିଲା ‘ସାଇବର ଚୋର’

ନୂଆଦିଲ୍ଲୀ: ଆଗ୍ରା ଥାନା ଜଗଦୀଶପୁରା ଅଚଂଳରେ ଜଣେ ଯୁବକ ନିଜ ମାଙ୍କ ଆକାଉଣ୍ଟରୁ ୩୫ ଉଠାଇ ନିଜ ପ୍ରେମିକାର ଇଚ୍ଛା ପୂରଣ କରୁଥିଲା । ତାର ଇଚ୍ଛା ପୂରଣ କରିବା ପାଇଁ ସେ ପାଣି ଭଳି ଟଙ୍କା ଉଡାଉଥିଲା । ବ୍ୟାଙ୍କ ଯିବା ପରେ ତାର ମାଙ୍କୁ ଏ ବିଷୟରେ ଜଣାପଡିଲା । ପରେ ସେ ସାଇବର କ୍ରାଇମରେ ମାମଲା ଦାଏର କଲେ । ପୁଲିସ ଯାଂଚ କରିବା ପରେ ପ୍ରକୃତ ଘଟଣା କଣ ତାହା ସାମ୍ନାକୁ ଆସିଥିଲା । ଏହାପରେ ମା କରିଥିବା ଅଭିଯୋଗ ଉଠାଇ ନେଲେ । ଜଗଦୀଶପୁରା ଅଂଚଳରେ ରହୁଥିବା ଉକ୍ତ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇସାରିଛି । ସେ ନିଜ ଦୁଇ ପୁଅଙ୍କ ସହ ରୁହନ୍ତି । ତାଙ୍କର ଏକ ଛୋଟ ଦୋକାନ ରହିଛି । ଜଣେ ପୁଅ ୨୦ ବର୍ଷର । ହେଲେ ତାର ଅଭ୍ୟାସ ଭଲ ନୁହେଁ । ସେ ମଦ ପିଏ ଓ ତାଙ୍କର ପ୍ରେମିକା ମଧ୍ୟ ରହିଛି । କିଛି ଦିନ ପୂର୍ବରୁ ମହିଳା ଜଣଙ୍କ ବ୍ୟାଙ୍କ ଯାଇଥିଲେ । ସେତେବେଳେ ତାଙ୍କୁ ଜଣାପଡିଲା ଯେ, ତାଙ୍କ ଆକାଉଣ୍ଟରୁ ୩୫ ହଜାର ଟଙ୍କା ଉଠାଯାଇଛି । ସେହି ପଇସା ପେଟିଏମ ଦ୍ୱାରା ଉଠାଯାଇଛି । ପରେ ସେ ସାଇବର ସେଲରେ ଅଭିଯୋଗ କରିଥିଲେ । ସାଇବର ସେଲ ମୁଖ୍ୟ ସୁଲତାନ ସିଂହଙ୍କ କହିବା ମୁତାବକ, ପେଟିଏମରେ ଯେଉଁ ଟଙ୍କା ଟ୍ରାନ୍ସଫର ହୋଇଛି ତାର ସମସ୍ତ ତଥ୍ୟ ପୁଲିସ ବାହାର କରିଛି । ଏହି ପଇସା ଅନ୍ୟ ଜଣେ ଯୁବକର ଆକାଉଣ୍ଟ ଯାଇଛି । ପୋଲିସ ପଚରା ଉଚୁରା କରିବା ପରେ ସେ ଉକ୍ତ ମହିଳାଙ୍କ ପୁଅର ସାଙ୍ଗ ବୋଲି ଜଣାପଡିଲା । ପରେ ପୋଲିସ ମହିଳାହ୍‌କ ପୁଅକୁ ଧରିବା ପରେ ସେ ସତ କଥା ମାନିଲା । ମଦ ପିଇବା ସହିତ ପ୍ରେମିକା ପାଇଁ ଡ୍ରେସ ଓ ମୋବାଇଲ କିଣି ଦେଇଥିଲା ବୋଲି କହିଛି । ନିଜ ପୁଅ ପଇସା ଉଠାଇବା କଥା ଜଣାପଡିବା ପରେ ମହିଳା ଜଣଙ୍କ ଅଭିଯୋଗ ଉଠାଇ ନେଇଛନ୍ତି । ତାକୁ ଚାପୁଡା ମାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking