30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପହଂଚିଲା ଦ୍ୱିତୀୟ ପର୍ଯ୍ୟାୟ ଟିକା

ପହଂଚିଲା ଦ୍ୱିତୀୟ ପର୍ଯ୍ୟାୟ ଟିକା

ଭୁବନେଶ୍ୱର,(ଓଏନଏ ): ଓଡିଶାରେ ପହଂଚିଲା ଦ୍ୱିତୀୟ ପର୍ଯ୍ୟାୟ ଟିକା । ପୁନେ-ଭୁବନେଶ୍ୱର ସ୍ପାଇସଜେଟ ବିମାନରେ ଟିକା ଆସି ପହଂଚିଛି । ଭୁବନେଶ୍ୱରରେ ପହଚିଂବା ପରେ ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ଟିକା ଯାଇଛି । ୨ୟ ପର୍ଯ୍ୟାୟରେ ୩ଲକ୍ଷ ୩୪ ହଜାର ୫୦୦ ଡୋଜ ଟିକା ଆସିଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜ୍ୟ ଟିକା ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି ।   କୋଭିସିଲ୍ଡ ପହଞ୍ଚିବାର ତିନି ଦିନ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କୁ ଟିକା ପଠାଯିବାର ବ୍ୟବସ୍ଥା କରାଯିବ । ଟିକା ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ଥିବା ସହ ପଞ୍ଜିକୃତମାନଙ୍କୁ ମେସେଜ ମାଧ୍ୟମରେ ସୂଚନା ଦିଆଯାଉଛି । ସରକାରୀ ମେଡିକାଲ ସମେତ ରାଜ୍ୟର ଘରୋଇ ହସ୍ପିଟାଲରେ ଟିକାକରଣ କାର୍ଯ୍ୟକ୍ରମ ଚାଲୁଛି । ତେବେ ଟିକାର ସାଇଡ ଇଫେକ୍ଟ ପାଇଁ ୧୦ ଶଯ୍ୟା ବିଶିଷ୍ଟ ସ୍ପେଶାଲ ଡାକ୍ତରୀ ଟିମକୁ ନିୟୋଜିତ କରାଯାଇଥିବା ନୋଡାଲ ଅଧିକାରୀ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ କୋଭିସିଲ୍ଡର ୪୦ ହଜାର ୮ଶହ ଭାଏଲ୍ ଆସିଥିଲା । ଗୋଟିଏ ବୋତଲରେ ଯେଉଁ ପରିମାଣରେ ଔଷଧ ରହିଛି ତାହା ୧୦ ଜଣଙ୍କୁ ଦିଆଯାଇ ପାରିବ । ହିସାବ ଅନୁସାରେ, ରାଜ୍ୟରେ ସମୁଦାୟ ୪ ଲକ୍ଷ ୮ ହଜାର ଡୋଜ୍ ଟିକା ପହଂଚିଛି ।  ପ୍ରଥମ ପର୍ଯ୍ୟାୟ ଟୀକାକରଣ ଲାଗି ବୟସ୍କ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀଙ୍କୁ ପ୍ରାଧାନ୍ୟ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking