24.5 C
Bhubaneswar
Thursday, January 16, 2025
Homeଅପରାଧ୧୦୦ ଟଙ୍କା ପାଇଁ ମା’କୁ ମାରିଦେଲା ପୁଅ

୧୦୦ ଟଙ୍କା ପାଇଁ ମା’କୁ ମାରିଦେଲା ପୁଅ

ମୟୁରଭଞ୍ଜ : ମାତ୍ର ୧୦୦ ଟଙ୍କା ପାଇଁ ମା’କୁ ପିଟି ପିଟି ମାରିଦେଲା ପୁଅ । ଏଭଳି ଅଭାବନୀୟ ଗଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ହାଟ ପଡ଼ିଆ ନିକଟରେ । ନିଶା ଖାଇବାକୁ ମା’କୁ ୧୦୦ ଟଙ୍କା ମାଗିଥିଲା ପୁଅ । ମା’ ମନା କରିବାକୁ ରାଗିଯାଇ ପୁଅ ଗାଳିଗୁଲଜ କରିବା ସହ ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି ବୋଲି ସୂଚନା ମିଳିଛି । ମା’କୁ ହତ୍ୟା ପରେ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର ଅଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଛାନଭିନ୍ ଆରମ୍ଭ କରିଛି ଓ ଅଭିଯୁକ୍ତ ପୁଅକୁ ଖୋଜିବାରେ ଲାଗିପଡ଼ିଛି ।

ଟଙ୍କା ନ ଦେବାରୁ ବାପା-ମାଙ୍କ ସହ ଏମିତି କଲା ପୁଅ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking