ନୂଆଦିଲ୍ଲୀ: କିଛି ମାସ ଧରି ସୂର୍ୟ୍ୟଙ୍କ ଉପରେ ରହସ୍ୟମୟ କାର୍ୟ୍ୟକଳାପ ଦେଖିବାକୁ ମିଳୁଛି । ନିକଟରେ, ଏପ୍ରିଲ ୧୧ରେ, ସୂର୍ୟ୍ୟଗ୍ରହରେ ଥିବା ବ୍ଲାକ୍ସ୍ପଟ୍ ନିକଟରେ ଏକ ପ୍ରବଳ ବିସ୍ଫୋରଣ ଘଟିଛି ଯାହା ପୃଥିବୀ ପାଇଁ ବିପଦ ବୋଲି ଅନୁମାନ କରାଯାଉଛି । ଜ୍ଞାନିକମାନେ କହିଛନ୍ତି ଯେ ଏହି ସ୍ଥାନରୁ ବିକିରଣ ହେତୁ ପୃଥିବୀରେ ଜିଓମ୍ୟାଗ୍ନେଟିକ୍ ଝଡ଼ ସୃଷ୍ଟି ହେବ। ଏହି କାରଣରୁ ରାତିରେ ବ୍ଲାକଆଉଟ୍ ଏବଂ ଇଲେକ୍ଟ୍ରୋନିକ୍ ଉପକରଣଗୁଡ଼ିକ ନଷ୍ଟ ହେବାର ସମ୍ଭାବନା ରହିଛି । ଭୂ-ଚୁମ୍ବକୀୟ ଷ୍ଟର୍ମ ହେଉଛି ଏକ ପ୍ରକାର ଝଡ଼ ଯାହା ସୂର୍ୟ୍ୟଙ୍କଠାରୁ ବାହାରୁଥିବା ବିକିରଣ । ଯାହାକି ସମଗ୍ର ସୌରମଣ୍ଡଳକୁ ପ୍ରଭାବିତ କରିବାର କ୍ଷମତା ରଖିଥାଏ ଜ୍ଝ ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ଏବେ ପ୍ରଭାବିତ କରୁଥିବା ବୈଜ୍ଞାନିକମାନେ କହିଛନ୍ତି । ଏପରିକି ଏହା ପୃଥିବୀର ବାୟୁମଣ୍ଡଳର ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ ଜ୍ଝ ଜାତୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳ ପ୍ରଶାସନ (ଏନ୍ଓଏଏଇ)ର ସ୍ପେସ୍ ପାଣିପାଗ ପୂର୍ବାନୁମାନ କେନ୍ଦ୍ର (ଏସ୍ଡବ୍ଲୁପିସି) ମଧ୍ୟ ସୌର ଷ୍ଟର୍ମ ପାଇଁ ଚେତାବନୀ ଦେଇଛି । ଏନ୍ଓଏଏ ଘଙଇଇ ଅନୁଯାୟୀ, ଏପ୍ରିଲ୍ ୧୪ ରେ ମଧ୍ୟମ ଏବଂ ଏପ୍ରିଲ୍ ୧୫ ରେ ଛୋଟ ଧରଣର ସୌରଝଡ଼ ପୃଥିବୀ ଉପରେ ପ୍ରଭାବ ପକାଇପାରେ । ଆମେରିକାର ସ୍ପେସ୍ ଏଜେନ୍ସି ନାସା ମଧ୍ୟ ସୌରଝଡ଼ ଉପରେ ଚେତାବନୀ ଦେଇଛି । ନାସା ଅନୁଯାୟୀ, ଆସୁଥିବା ସୌରଝଡ଼ ଜି-୨ ଶ୍ରେଣୀର । ଏହି ସ୍ତରର ଝଡ଼ ଜି-୫ ପରି ଭୟଙ୍କର ନୁହେଁ, ତଥାପି ଅନେକ କ୍ଷତି କରିପାରେ ।
ଝଡ଼ର ପ୍ରଭାବରେ ମୋବାଇଲ୍ ନେଟୱାର୍କ ଏବଂ ବିଦ୍ୟୁତର ଭୋଲଟେଜ୍କୁ ବୃଦ୍ଧି କରାଇପାରେ । ଏହି କାରଣରୁ, ଜିପିଏସ୍ ସିଗନାଲ୍ ଏବଂ ମୋବାଇଲ୍ ନେଟୱାର୍କରେ ବିଶୃଙ୍ଖଳା ଦେଖାଦେଇପାରେ । ପୃଥିବୀର ନିମ୍ନ କକ୍ଷପଥରେ ଗତି କରୁଥିବା ଉପଗ୍ରହ ମଧ୍ୟ ପ୍ରଭାବିତ ହୋଇପାରେ ଏବଂ ସେମାନଙ୍କର ସଂଯୋଗ ଭାଙ୍ଗି ଯାଇପାରେ । ଏହି କାରଣରୁ ସମଗ୍ର ବିଶ୍ୱରେ ରେଡିଓ ବ୍ଲାକଆଉଟ୍ ହେବାର ସମ୍ଭାବନା ମଧ୍ୟ ରହିଛି । ଭୋଲ୍ଟେଜ୍ ଫ୍ଲେକଚ୍ୟୁସନ ହେତୁ ଇଲେକ୍ଟ୍ରୋନିକ୍ ଡିଭାଇସ୍ ନଷ୍ଟ ହୋଇପାରେ, ତେଣୁ ଏହି ଅବସ୍ଥାରେ କୌଣସି ଇଲୋକ୍ଟ୍ରୋନିକ୍ସ ଉପକରଣ ଚାର୍ଜ ନକରିବାକୁ ପରାମର୍ଶ ଦିଆଯାଇଛି । ଏହାପୂର୍ବରୁ, ଏଲୋନ୍ ମସ୍କର ସ୍ପେସ୍ କମ୍ପାନୀର ୪୦ଟି ଉପଗ୍ରହ ଜିଓମ୍ୟାଗ୍ନେଟିକ୍ ପ୍ରଭାବର ଶିକାର ହୋଇଥିଲେ। ସୂର୍ୟ୍ୟଙ୍କଠାରୁ ଆସୁଥିବା ବିସ୍ଫୋରଣର ବିକିରଣ ଏହି ୪୦ ଟି ଉପଗ୍ରହକୁ ମହାକାଶରେ ଧ୍ୱଂସ କରିପକାଇଥିଲା ।