36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଫିଲିପାଇନ୍ସରେ ଭୂସ୍ଖଳନ ଓ ବନ୍ୟା, ୧୩୮ ମୃତ

ଫିଲିପାଇନ୍ସରେ ଭୂସ୍ଖଳନ ଓ ବନ୍ୟା, ୧୩୮ ମୃତ

ମାନିଲା: ଫିଲିପାଇନ୍ସ ଦ୍ୱୀପପୁଞ୍ଜକୁ ଛାରଖାର କରିଥିବା ବାତ୍ୟା ‘ମେଗି’ ଯୋଗୁଁ ମୃତ୍ୟୁସଂଖ୍ୟା ୧୩୮କୁ ବୃଦ୍ଧି ପାଇଛି ବୋଲି ସରକାରୀସ୍ତରରୁ ଜଣାପଡ଼ିଛି । ବାତ୍ୟା ଯୋଗୁଁ ଫିଲିପାଇନ୍ସର କେନ୍ଦ୍ରୀୟ ଓ ଦକ୍ଷିଣ ପ୍ରାନ୍ତରେ ଗତ ଶନିବାର ଓ ରବିବାର ବନ୍ୟା ଆସିବା ସହ ବ୍ୟାପକ ଭୂସ୍ଖଳ ହୋଇଥିଲା । ଏଥିଯୋଗୁଁ ଭୀଷଣ ପ୍ରଭାବିତ ହୋଇଥିବା କେନ୍ଦ୍ରାଞ୍ଚଳର ପ୍ରଦେଶ ଲେଟେ ଦ୍ୱୀପରେ ମୃତ୍ୟୁସଂଖ୍ୟା ୧୩୮ରେ ପହଞ୍ଚିଥିବା ସୂଚନା ମିଳିଛି। ଗୁରୁବାର ବେବେ ନଗରୀ ସରକାର ଦେଇଥିବା ରିପୋର୍ଟରେ କହିଛନ୍ତି, କେତେକ ଗ୍ରାମ ଓ ନଗରୀରେ ହୋଇଥିବା ଭୂସ୍ଖଳନରୁ ଏଯାବତ୍ ୧୦୧ଜଣଙ୍କ ଶବ ଉଦ୍ଧାର କରାଯାଇଛି। ପୁଲିସ ମଧ୍ୟ କହିଛି, ଲେଟେ ପ୍ରଦେଶର ଆବାୟଗ୍ ନଗରୀରୁ ୩୧, ସମର ପ୍ରଦେଶରୁ ୧ଜଣ ଏବଂ ସିବୁ ପ୍ରଦେଶରୁ ୨ଜଣଙ୍କ ଶବ ଉଦ୍ଧାର କରାଯାଇଛି। ‘ସିନ୍ହୁଆ’ ନିଉଜ୍ ଏଜେନ୍ସି ରିପୋର୍ଟ ଅନୁସାରେ, ଫିଲିପ୍ପିନ୍ସ୍ ସେନା କହିଛି ଯେ, ବାତ୍ୟା ‘ମେଗି’ ଅତିକ୍ରମ କରିଯାଇଥିଲେ ମଧ୍ୟ କେନ୍ଦ୍ରୀୟ ଫିଲିପ୍ପିନ୍ସ୍ର କେପିଜ୍, ଅକ୍ଲାନ୍, ଆଣ୍ଟିକ୍ ଏବଂ ଇଲୋଇଲୋ ପ୍ରଦେଶର ୧୫୯ଟି ଅଞ୍ଚଳରେ ଦୁର୍ବିପାକର ଅବସାନ ଘଟିନାହିଁ।
ସୂଚନାଯୋଗ୍ୟ, ଗତ ରବିବାର ଦକ୍ଷିଣ ଏସୀୟ ଦେଶ ଫିଲିପ୍ପିନ୍ସ୍ର ସ୍ଥଳଭାଗରେ ପ୍ରବେଶ କରିଥିବା ‘ମେଗି’ ହେଉଛି ଚଳିତ ବର୍ଷର ପ୍ରଥମ ଉଷ୍ମମଣ୍ଡଳୀୟ ବାତ୍ୟା। ‘ପ୍ରଶାନ୍ତ ମହାସାଗରୀୟ ବାତ୍ୟା ବେଲ୍ଟ୍’ ଅଞ୍ଚଳରେ ଅବସ୍ଥିତ ଫିଲିପ୍ପିନ୍ସ୍ ଦ୍ୱୀପପୁଞ୍ଜରେ ବର୍ଷକୁ ଏ ଧରଣର ପ୍ରାୟ ୨୦ଟି ବାତ୍ୟା ହୋଇଥାଏ। ଏହା ହେଉଛି ବିଶ୍ୱର ଅନ୍ୟତମ ସବୁଠୁ ଅଧିକ ବାତ୍ୟା-ବିପର‌୍ୟ୍ୟୟ-ପ୍ରବଣ ଦେଶ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking