37.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶବଦନାମ କରିବା ପାଇଁ ସୋସିଆଲ୍ ମିଡିଆର ବ୍ୟବହାର ହୋଇପାରିବ ନାହିଁ : ସୁପ୍ରିମକୋର୍ଟ

ବଦନାମ କରିବା ପାଇଁ ସୋସିଆଲ୍ ମିଡିଆର ବ୍ୟବହାର ହୋଇପାରିବ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କାହାରିକୁ ବଦନାମ କରିବା ପାଇଁ ସୋସିଆଲ୍ ମିଡିଆର ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫରୁ ବର୍ତ୍ତିବା ପାଇଁ କୋର୍ଟରେ ଆବେଦନ କରିଥିବା ଜଣେ କଲେଜ ପ୍ରଫେସରଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ୍ ସଞ୍ଜୟ କିଶନ୍ କୌଲ୍ ଓ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା କହିଛନ୍ତି । ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାସ୍ଥିତ ଏସ୍‌ଆର୍‌କେ କଲେଜର ଇତିହାସ ବିଭାଗ ମୁଖ୍ୟ ସାହାରିୟାର୍ ଅଲିଙ୍କ ବେଲ୍ ଆବେଦନକୁ ଖାରଜ କରିବା ସହ ଜଣେ ମହିଳାଙ୍କ ପ୍ରତି କିପରି ଭାଷା ପ୍ରୟୋଗ କରିଛ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ।

ଖଣ୍ଡପୀଠ କହିଛନ୍ତି, ସୋସିଆଲ୍ ମିଡିଆରେ ଅନ୍ୟକୁ ସମାଲୋଚନା କିମ୍ବା ଥଟ୍ଟା କରିବା ସମୟରେ ଲୋକେ ଭାଷା ଉପରେ ଧ୍ୟାନ ଦେବା ଉଚିତ । କେବଳ ଜଣଙ୍କୁ ବଦନାମ କରିବା ପାଇଁ ସୋସିଆଲ୍ ମିଡିଆକୁ ବ୍ୟବହାର କରିପାରିବ ନାହିଁ । ସମାଲୋଚନା ଓ ଥଟ୍ଟା କରିବାର ଭାଷା ରହିଛି । ସୂଚନାଯୋଗ୍ୟ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବିରୋଧରେ ଫେସ୍‌ବୁକ୍‌ରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରିବା ଅପରାଧରେ ଉତ୍ତର ପ୍ରଦେଶ ପୁଲିସ ଅଲୀଙ୍କ ବିରୋଧରେ ଗତ ମାର୍ଚ୍ଚରେ ମାମଲା ରୁଜୁ କରିଥିଲା । ତାଙ୍କ ବିରୋଧରେ ଜାତିଗତ ବିଦ୍ୱେଷ ସୃଷ୍ଟି କରିବା ଏବଂ ଆପତ୍ତିଜନକ ସାମଗ୍ରୀ ଛାପିବା ଅଭିଯୋଗରେ ଯଥାକ୍ରମେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୫୦୫ (୨) ଓ ଆଇଟି ଆକ୍ଟର ଧାରା ୬୭ ଏ\’ରେ ମାମଲା ରୁଜୁ କରାଯାଇଥିଲା । ଜଣେ ବିଜେପି ନେତାଙ୍କ ଅଭିଯୋଗକ୍ରମେ ଅଲୀଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking