30.1 C
Bhubaneswar
Saturday, May 4, 2024
Homeଓଡିଶାସୋଆକୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍‌” ଆଖ୍ୟା

ସୋଆକୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍‌” ଆଖ୍ୟା

ଭୁବନେଶ୍ୱର, : ସ୍ୱଚ୍ଛତା ଆକ୍ସନ୍ ପ୍ଲାନ୍ କାର୍ଯ୍ୟକ୍ରମରେ ଉତମ ପାରଦର୍ଶିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ
ଖୋର୍ଦ୍ଧା ଜିଲ୍ଲା ନିମନ୍ତେ ବୁଧବାର ଦିନ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍‌” ପୁରସ୍କାର ପ୍ରଦାନ କରାଯାଇଛି ।
ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ମହାତ୍ମା ଗାନ୍ଧି ନ୍ୟାସ୍‌ନାଲ୍ କାଉନ୍‌ସିଲ୍ ଅଫ୍ ରୁରାଲ୍ ଏଜୁକେସନ୍ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି ।
ଖୋର୍ଦ୍ଧାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋଆ ଏନ୍‌ଏସ୍‌ଏସ୍ ସଂଯୋଜକ ଏବଂ ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ
ପ୍ରଫେସର ନଚିକେତା ଶର୍ମା ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ସୋଆକୁ ପୁରସ୍କାର ପ୍ରଦାନ କରିବା ସହିତ କ୍ୟାମ୍ପସ୍‌ରେ ସ୍ୱଚ୍ଛତାକୁ ନେଇ କରାଯାଇଥିବା ଆଦର୍ଶ କାର୍ଯ୍ୟକଳାପ ତଥା ଉଚ୍ଚଶିକ୍ଷା
କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୋଆକୁ ଅଭିନନ୍ଦନ ଜଣାଇଛନ୍ତି ଜିଲ୍ଲାପାଳ ଶ୍ରୀ ମହାନ୍ତି ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ ଜିଲ୍ଲାରେ ଥିବା କ୍ୟାମ୍ପସ୍‌ରେ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ
ଯତ୍ନର ସହ ପାଳନ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପରାମର୍ଶ ଦେଇଥିଲେ । ତା’ ସହିତ ପ୍ରଦୁଷଣକୁ ହ୍ରାସ କରିବା ପାଇଁ
ସାଇକେଲ୍ ବ୍ୟବହାର କରିବା ଲାଗି ସେ ପରାମର୍ଶ ଦେଇଥିଲେ ।
ପ୍ରଫେସର ଶର୍ମା ବିଶ୍ୱବିଦ୍ୟାଳୟର ସ୍ୱଚ୍ଛତା କାର୍ଯ୍ୟକ୍ରମର ତଦାରଖ କରିବାରେ ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିବା ବେଳେ ସୋଆର
ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ, କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଓ ଶ୍ରୀ ପ୍ରତୀକ ଦାସଙ୍କ ଉତ୍ସାହ
ଏହି ସଫଳତା ଆଣି ଦେଇପାରିଛି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମ ଅନଲାଇନ୍‌ରେ ହୋଇଥିବା ବେଳେ ମହାତ୍ମା ଗାନ୍ଧୀ ନ୍ୟାସ୍‌୍‌ନାଲ୍ କାଉନ୍‌ସିଲ୍ ଅଫ୍ ରୁରାଲ୍ ଏଜୁକେସନ୍ ର ଅଧ୍ୟକ୍ଷ
ଡ. ଡବ୍ଲ୍ୟୁ.ଜି. ପ୍ରସନ୍ନ କୁମାର, ରିସୋର୍ସ ପର୍ସନ୍ ଶ୍ରୀମତି ଟୁଟି ସନ୍ଧ୍ୟା, ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କଲେଜର ଅଧ୍ୟକ୍ଷ, ଫ୍ୟାକଲ୍ଟି ଏବଂ
ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ୍ ଅଫିସର ଓ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ । ଶେଷରେ ଶ୍ରୀମତି ଶ୍ରେୟାଂଶି ଦାସ ଧନ୍ୟବାଦ
ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking