30.1 C
Bhubaneswar
Wednesday, April 24, 2024
Homeଓଡିଶାଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର

ପୁରୀ: ଶ୍ରୀମନ୍ଦିର ସେବାୟତ ପରିବାରକୁ ମିଳିବ ଘର । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ୪ଶହ ସେବାୟତ ପରିବାରକୁ ଘର ମିଳିବ । ୮ ଏକର ଜମିରେ ବ୍ୟବସ୍ଥା ହେବ । ପରିବାର ପିଛା ୬ ଶହ ବର୍ଗଫୁଟ ମିଳିବ । ଏଥିପାଇଁ ସେବାୟତଙ୍କଠାରୁ ଆବେଦନ ପତ୍ର ଆହ୍ୱାନ କରାଯିବ । ଆବେଦନ ପତ୍ର ବିଚାରକୁ ନିଆଯାଇ ଘର ପାଇଁ ପ୍ଲଟ ଦିଆଯିବ । ଘର କରିବା ପାଇଁ ପରିବାର ପିଛା ୨ଲକ୍ଷ ଟଙ୍କା ଦିଆଯିବ । ୨ଲକ୍ଷ ସହ ସେବାୟତମାନେ ନିଜ ଅର୍ଥ ଲଗାଇ ଘର ବଢାଇ ପାରିବେ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ସୂଚନା ଦେଇଛନ୍ତି ।
ସେହିଭଳି ଆସନ୍ତା ଶିକ୍ଷାବର୍ଷଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଗୁରୁକୁଳ । ଏଥିପାଇଁ ଗଠନ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି । ସୋସାଇଟିର ଅଧ୍ୟକ୍ଷ ଗଜପତି, ବିଶିଷ୍ଟ ବ୍ୟକ୍ତିମାନେ ବି ରହିବେ । ମାଟିତୋଟାରେ ୧୭ ଏକର ଜମିରେ ହେବ । ଗୁରୁକୁଳ ପାଣ୍ଠି ଗଠନ ହେବ । ଗୁରୁକୁଳ ନିର୍ମାଣ ପାଇଁ ସବୁ ଖର୍ଚ୍ଚ ରାଜ୍ୟ ସରକାର ଦେବେ ।
ଏଣିକି ଶ୍ରୀମନ୍ଦିର ମରାମତି ପାଇଁ ୫ ବର୍ଷୀୟା ଯୋଜନା ହେବ । ୫ ବର୍ଷୀୟା ସଂରକ୍ଷଣ ନେଇ ଏଏସଆଇ ଠାରୁ ପ୍ଲାନ ଆହ୍ୱାନ କରାଯିବ । ସଂରକ୍ଷଣ ପ୍ରସଙ୍ଗରେ ଏଏସଆଇ-ମନ୍ଦିର ପ୍ରଶାସନ ମିଳିତ ନିଷ୍ପତ୍ତି ନେବେ । ସଂରକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ପଡିଲେ ସରକାର ବହନ କରିବେ ବୋଲି କ୍ରୀଷନ କୁମାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking