30.1 C
Bhubaneswar
Wednesday, June 26, 2024
Homeଅପରାଧପଥରରେ ଛେଚି ଯୁବକଙ୍କୁ ହତ୍ୟା

ପଥରରେ ଛେଚି ଯୁବକଙ୍କୁ ହତ୍ୟା

ପୁରୀ : ପୁରୀ ସଦର ଥାନା ଅନ୍ତର୍ଗତ ଉତରଣା ମଠ ସାହିରେ ଘଟିଛି ଅଭାବନୀୟ ଘାଟଣ । ପଥରରେ ଛେଚି ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା। ପୁରୀ ସଦର ଥାନା ଅନ୍ତର୍ଗତ ଉତରଣା ମଠ ସାହି ହାଇସ୍କୁଲ ପଛ ପଟୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଛି ପୋଲିସ। ତେବେ ମୃତ ଯୁବକ ଉତରଣା ମଠ ସାହିର ପ୍ରଦୀପ ମଲ୍ଲିକ ବୋଲି ଜଣାପଡିଛି। ତେଣୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତଙ୍କ ସହ ପ୍ରଦୀପଙ୍କର ଉତରଣା ମଠ ସାହି ହାଇସ୍କୁଲ ପଛପଟେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏପରିକି ସେହି ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ ଦୁର୍ବୁତ୍ତମାନେ ପ୍ରଦୀପଙ୍କୁ ଅତି ନିର୍ମମ ଭାବେ ପଥରରେ ଛେଚି ଲହୁ ଲୁହାଣ କରିଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହିତ ଥି ସମସ୍ତ ଘଟଣା ତଦନ୍ତ ଜାରି ରଖିଛି ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking