ପାଟନା: ବିହାର ରାଜଧାନୀ ପାଟନା ଶୁକ୍ରବାର ନମାଜ ପରେ ମାଫିଆ ଆତିକ୍ ଅହମ୍ମଦ ସମର୍ଥନରେ ସ୍ଳୋଗାନ ଦିଆଯାଇଛି । ରଈସ୍ ଗଜନବୀ ନାମକ ଜଣେ ବ୍ୟକ୍ତି ଜାମା ମସ୍ଜିଦ୍ ବାହାରେ ଆତିକ୍ ସମର୍ଥନରେ ସ୍ଳୋଗାନ ଦେବା ପରେ ଲୋକମାନେ ଆତିକ୍ ଅହମ୍ମଦ ଅମର ରହେ ନାରାବାଜି କରିଥିଲେ ।
ଏହି ଅବସରରେ ଆତିକ୍ ଓ ଅସ୍ରଫ୍କୁ ସହିଦ କୁହାଯିବା ସହିତ ଦୁହିଁଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ଏହି ନାରାବାଜି ପରେ ପୁଲିସର ତତ୍ପରତାକୁ ଦେଖି ରଇସ୍ ଗଜନଭୀ ଫେରାର୍ ହୋଇଯାଇଥିଲା । ରଇସ୍ର ଜାମା ମସ୍ଜିଦ୍ ନିକଟରେ ଏକ ଦୋକାନ ଅଛି ।