30.1 C
Bhubaneswar
Monday, May 20, 2024
Homeଓଡିଶାବର୍ଷପାଣିରେ ବୁଡ଼ିଲା ଛଅ ଘର

ବର୍ଷପାଣିରେ ବୁଡ଼ିଲା ଛଅ ଘର

ମୟୂରଭଞ୍ଜ- ବାରିପଦା ସହରସ୍ଥିତ ମଧୁବନ ଅନ୍ତର୍ଗତ ବଗିଚାସାହି ଅଂଚଳରେ ଦୁର୍ବଳ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ଛଅଟି ପରିବାର ଜଳଘେରରେ। ପାଣି ନିଷ୍କାସିତ ହେଉଥିବା ସ୍ଥାନରେ ମାଟିପକାଇ ଉଚ୍ଚ କରି ଦିଆଯାଇଥିବାରୁ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା ପରିସ୍ଥିତି। ଯାହା ପ୍ରଶାସନର ସକ୍ରିୟତାକୁ ପ୍ରମାଣ କରୁଛି। ତେବେ ଏଠାରେ ଆମେ କହୁଛୁ ଏବଂ ଦେଖାଉଛୁ ଜିଲ୍ଲା ପ୍ରଶାସନର ନାକ ତଳେ ଥିବା ବାରିପଦା ପୌରପରିଷଦ ଅଧୀନ ମଧୁବନ ଅଞ୍ଚଳ ବଗିଚାସାହିର ଦୁର୍ଦ୍ଦଶା କଥା। ତେବେ ଦାୟିତ୍ବହୀନ ଭାବେ ରାସ୍ତାରେ ମାଟି ପକାଇ ଉଚ୍ଚା କରିଦିଆ ଯାଇଥିବାରୁ ବର୍ଷାଜଳ ନିଷ୍କାସିତ ହୋଇନପାରି ରାସ୍ତାରେ ଜମିରହି ଘରେ ପଶୁଛି। ଆଉ ଅସହାୟ ଲୋକମାନେ ନିଜ ଛୁଆ ପିଲାଙ୍କୁ ସୁରକ୍ଷିତ ରଖିବା ପାଇଁ କେମିତି ଘରେ ପଶିଥିବା ଜଳ କାଢୁଛନ୍ତି ଦେଖନ୍ତୁ। ଏପରି ସମସ୍ୟା ସୃଷ୍ଟି ହେବା ଯୋଗୁଁ ମଧୁବନ ବଗିଚାସାହିର ବାସିନ୍ଦାମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ତେବେ ମାଟି ପଡି ଉଚ୍ଚା କରାଯାଇ ଥିବା ସ୍ଥାନଟି ପ୍ରକୃତରେ ଦେବୋତ୍ତର ଜମି କି ଘରୋଇ ଜମି ତାହାର ତଦନ୍ତ ହୋଇ ସ୍ପଷ୍ଟ କରାଯିବା ଜରୁରୀ ହୋଇ ପଡିଥିବା ବେଳେ ସେହି ଜମିର ରେକର୍ଡ ଅନୁଯାୟୀ ପ୍ରକୃତ ମାଲିକ କିଏ। ଅନ୍ୟପଟେ ବର୍ତ୍ତମାନ କରୋନା ପ୍ରକୋପ ଲାଗି ରହିଥିବା ବେଳେ ବର୍ଷାଜଳ ନିଷ୍କାସିତ ହୋଇ ନ ପାରି ଘରେ ପଶୁ ଥିବାରୁ ଥଣ୍ଡା ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଦେଖାଦେଇଛି। ଯାହା ପରବର୍ତ୍ତୀ ପର୍ଯ୍ୟାୟରେ କରୋନାର ରୂପ ନେଉଛି। ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରି ମାଟି ପକାଇ ଉଚ୍ଚା କରାଯାଇଥିବା ସ୍ଥାନକୁ ସମତୁଲ କରିବା ସହିତ ଡ୍ରେନେଜ ବ୍ୟବସ୍ଥାରେ ଉନ୍ନତିକରଣ କରାଯିବାକୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking